ବୈପାରିଗୁଡା ଜୋନ୍-୨ ତେନ୍ତୁଳିଗୁମ୍ମା ଠାରେ ବିଜେପିର ମାରାଥନ ପ୍ରଚାର

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଜେନ୍-୨ ର ଟାଙ୍ଗିନିଗୁଡା ଓ ତେନ୍ତୁଳିଗୁମ୍ମା ଠାରେ ଜିଲ୍ଲା ପରିଷଦ ଜୋନରେ ବିଜେପି ପ୍ରାର୍ଥୀ ସନାଇ ନାୟକ ଓ ତାଙ୍କ ସର୍ମଥକ ମାନଙ୍କୁ ନେଇ ଏକ ବୈଠକ କରିବା ସହ ଦଳର ପ୍ରାର୍ଥୀ କୁ ବିଜୟ କରିବା ନେଇ ପ୍ରଚାର କରାଯାଇଛି । ଟାଙ୍ଗିନିଗୁଡା ଠାରେ ଜୋନ୍-୨ ସଭାପତି ସିମାଞ୍ଚଳ ନାୟକ, ଜିଲ୍ଲା ସମ୍ପାଦକ ଚନ୍ଦ୍ର ଶେଖର ରଥ ,ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ରାଜେନ୍ଦ୍ର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ତେନ୍ତୁଳିଗୁମ୍ମା ଠାରେ ନବରଙ୍ଗପୁର ର ପୂର୍ବତନ ସାସଂଦ ବଳଭଦ୍ର ମାଝୀ ପହଞ୍ଚ ଦଳୀୟ କର୍ମୀ ମାନଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ !

ସେହି ପରି ଭାବେ ତେନ୍ତୁଳିଗୁମ୍ମା ପଞ୍ଚାୟତର ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଦେଖାଯିବା ପରେ ଏହାର ସୁଯୋଗ ନେଇ ଏବେ ବିଜେପି ଦଳ ପକ୍ଷରୁ ତେନ୍ତୁଳିଗୁମ୍ମା ଠାରେ ମିଶ୍ରଣ ପର୍ବ ଆୟୋଜନ କରି ସେଠାରୁ ଧିରେ ଧିରେ ନୂତନ କର୍ମୀଙ୍କୁ ବିଜେପି ଦଳରେ ସାମିଲ କରୁଥିବାର ଜଣାପଡିଛି ! ବିଜେପିର ମହିଳା କର୍ମୀ ଓ ସକ୍ରିୟ କର୍ମୀ ମାନେ ତେନ୍ତୁଳିଗୁମ୍ମାର ଉନ୍ନତି ପାଇଁ ଘର ଘର ବୁଲି କେନ୍ଦ୍ରସରକାରଙ୍କ ମୋଦୀ ସରକାରଙ୍କ ବିକାଶ କଥା କହି ଭୋଟ ଭିକ୍ଷା କରିଛନ୍ତି ।

Exit mobile version