ରଣପୁର ୨୩ ନମ୍ବର ଜୋନ ରେ ବିଜେଡ଼ି,ବିଜେପି ର ସମ୍ମୁଖ ଯୁଦ୍ଧ ; ଭୋଟର କାହାକୁ ପିନ୍ଧାଇବେ ଜିଲ୍ଲା ପରିଷଦ ମୁକୁଟ

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବ୍ରୁଆରୀ ମଙ୍ଗଳବାର ) ରଣପୁର ବ୍ଲକ :-  ରଣପୁର ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଲଢ଼େଇ ଜୋର ଧରିଛି । ରଣପୁର ବ୍ଲକ ଗୋପାଳପୁର ଜୋନର ଜିଲ୍ଲା ପରିଷଦ ଆସନ ବିଗତ ବର୍ଷ ବିଜେପି ହାତକୁ ଯାଇଥିଲା । ଚଳିତ ବର୍ଷ ମହିଳା ସଂରକ୍ଷିତ ଆସନ ହୋଇଥିବାରୁ ବିଜେପି ର ଯୁବ ନେତା ତଥା ଦଳର ସଙ୍ଗଠକ ଅଭିଷେକ ସାମନ୍ତରାୟ ପତ୍ନୀ ଲକ୍ଷ୍ମୀପ୍ରିୟା ତରେଇ ଗୋପାଳପୁର ଜୋନ ରୁ ଜିଲ୍ଲା ପରିଷଦ ପାର୍ଥିନୀ ହୋଇଥିବା ବେଳେ ବିଜେଡି ରୁ ମହିଳା ନେତ୍ରୀ ତଥା ମହିଳା ସଙ୍ଗଠନ ର ସଭାପତି ପୂର୍ବତନ ସରପଞ୍ଚ ନର୍ମଦା ରାୟ ଜିଲ୍ଲାପରିଷଦ ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଛନ୍ତି ।

ବିଗତ ଥର ଏହି ଜୋନର ଗୋପାଳପୁର ପଞ୍ଚାୟତ ଟି ସମ୍ପୂର୍ଣ୍ଣ ଭାବେ ଭୋଟ ବର୍ଜନ କରିଥିବାରୁ ସେଠାରେ ବିଜେପି ବାଜିମାତ କରିଥିଲା ଏବଂ ଚଳିତ ଥର ମହିଳା ସଭାପତି ନର୍ମଦା ରାୟ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀତ୍ୱ ପାଇଁ ନିର୍ବାଚନ କୁ ଓହ୍ଲାଇଥିବା ବେଳେ ବିଜେପି ରୁ ଲକ୍ଷ୍ମୀପ୍ରିୟା ତରେଇ ଙ୍କ ମଧ୍ୟରେ ନିର୍ବାଚନ ଲଢେଇ ଜୋର ଧରିଛି ।

ତେବେ ବିଜେପି , ବିଜେଡି ଲଢ଼େଇ ରେ କଂଗ୍ରେସ ଧରାଶାୟୀ .. ବର୍ତ୍ତମାନ ପର୍ଯ୍ୟନ୍ତ ଗୋପାଳପୁର ଜୋନ ରେ ବିଜେପି ଆଗୁଆ ବୋଲି ସାଧାରଣ ରେ ଆଲୋଚନା ହେଉଛି । ଦେଖାଯାଉ ପୁନଃ ଏହି ଜୋନ ଟି ବିଜେପି ହାତକୁ ଯାଉଛି ନା ବିଜେଡି ବିଜେପି ହାତରୁ ଛଡାଇ ନେବାକୁ ସକ୍ଷମ ହେଉଛି ।

Exit mobile version