ଜୟ କିଷାନ ଆନ୍ଦୋଳନ ପକ୍ଷରୁ କୃଷି ଅଧିକାରୀ ଙ୍କୁ ଘେରାଉ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବରଗଡ଼ :- ବରଗଡ଼ ଜିଲ୍ଲାରେ ଏବେ ଡାଲୁଆ ଚାଷ ପାଇଁ ଚାଷୀ ତତ୍ପରେ ଥିବା ବେଳେ ସାରର କୃତ୍ରିମ ଅଭାବ ହେଲାଣି । ଏହା ର ସୁଯୋଗରେ ମୁନଫାଖୋର ବେପାରୀ ସାର କଳାବଜାରୀ ଆରମ୍ଭ କଲେଣି । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ହର ବନିଆ ଙ୍କ ନେତୃତ୍ବରେ ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଘେରାଉ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଡିଏପି ସାର ସରକାରୀ ଦର ୧୨୦୦ ଥିବା ବେଳେ ଏହା ଏବେ ୧୫ ଶହରୁ ୨ହଜାର ଟଙ୍କା ଲେଖାଏଁ ବିକ୍ରି ହେଉଛି । ସେହିପରି ୟୁରିଆ ସାର ସରକାରୀ ଦର ୨୬୬.୫୦ ରହିଛି ।

ହେଲେ ତାହା ୫ଶହ ଟଙ୍କା ରେ ଖୋଲା ବଜାରରେ ବ୍ୟବସାୟୀମାନେ ବିକ୍ରୀ କରୁଛନ୍ତି । ଏଥିପ୍ରତି ଜିଲ୍ଲା କୃଷି ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଚାଷୀ ହଇରାଣ ହେବା ସହ ଚାଷ କାମ ଆଗେଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଧାରଣା ସ୍ଥଳକୁ ସିଡିଏଓ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Exit mobile version