ଆମ ସମସ୍ୟା ର ସମାଧାନ ନାହିଁ ତ ଭୋଟ ନାହିଁ ; ବିଚାର ଆପଣଙ୍କ ର

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବରଗଡ଼ :- ଜିଲ୍ଲା ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ହୋଇଉଠିଥିବା ବେଳେ ଅନେକ ଗ୍ରାମବାସୀ ମାନେ ନିଜ ଗ୍ରାମ ର ସମାସ୍ୟା ର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନ ଜଣାଇଛନ୍ତି। ବରପାଲି ବ୍ଲକ ଅନ୍ତର୍ଗତ ଗ୍ରାମ ର ରାସ୍ତା ଗତ ୨୦ ବର୍ଷ ହେଲା ମରାମତି ହୋଇନାହିଁ। ଫଳରେ ଉକ୍ତ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଉକ୍ତ ଗ୍ରାମକୁ ବରଗଡ଼ କେନାଲ ଡିଭିଜନ ଅନ୍ତର୍ଗତ କୁମ୍ଭାରୀ – ଭୋଇଟିକ୍ରା ୩ କିମି ରାସ୍ତା ଅତିବ ଶୋଚନୀୟ ହୋଇପଡିଛି। ରାସ୍ତା ମରାମତି ସରକାରୀ କାଗଜପତ୍ର ରେ ରହିଥିବା ବେଳେ ତାହା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ତେବେ ଏଥର ରାସ୍ତା ନାହିଁ ତ ଭୋଟ ନାହିଁ। ଏ ସଂକ୍ରାନ୍ତରେ ଗ୍ରାମ ସଭା ରେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନ କୁ ଜଣାଇଛନ୍ତି ବୋଲି କହିଥିଲେ।

ଅପରପକ୍ଷରେ ରାସ୍ତା ସମସ୍ୟା ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ସମାଧାନ କରାଯିବ ଓ ଗ୍ରାମ ବାସୀ ଙ୍କୁ ଭୋଟ ଦେବାକୁ ବୁଝା ଯିବ ବୋଲି ବରଗଡ଼ ଉପ ଜିଲ୍ଲାପାଳ ସୁଭେନ୍ଦୁ ସାମଲ କହିଛନ୍ତି। ସେହିପରି ଭଟଲି ବ୍ଲକ ଅନ୍ତର୍ଗତ ୠଷି ପାଲି ଏବଂ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଡ଼ା ମୁଣ୍ଡା ଗ୍ରାମରୁ ସ୍କୁଲ ଉଚ୍ଛେଦ କୁ ବିରୋଧ କରି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ଜିଲ୍ଲା ପ୍ରଶାସନ କୁ ଜଣାଇଛନ୍ତି।

Exit mobile version