ନିଷ୍ଠା ପରିବାର ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବରଗଡ଼  :- ମାଁ ମାଉଲୀ କଲ୍ୟାଣ ମଣ୍ଡପ,ମାଲିପାଲି,ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଂକ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର କୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ ।

ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିର ପରିଚାଳନା ରେ ନିଷ୍ଠା ପରିବାର ଉପଦେଷ୍ଟା ଦୁର୍ବାଦଳ ଷଡଙ୍ଗୀ , ସଭାପତି ରକ୍ଷପାଳ ସାହୁ କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ସାହୁ ଙ୍କ ସମେତ ନିଷ୍ଠା ର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ । ବିଶେଷ କରି ମାଳିପାଲି ର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିର କୁ ସଫଳ କରିଥିଲେ ।

Exit mobile version