ସାମ୍ବାଦିକ ରୋହିତ ବିଶ୍ୱାଳ ଓ ଲତା ମଙ୍ଗେସକର ଙ୍କୁ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବରଗଡ :- କଳାହାଣ୍ଡି ର କାର୍ଯ୍ୟରତ ଧରିତ୍ରୀ ଖବର କାଗଜ ର ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ବ୍ରାଜ୍ଞୀ ଲତା ମଙ୍ଗେସକର ଙ୍କ ବିୟୋଗରେ ବରଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।ଆଜି ସଙ୍ଘ କାର୍ଯ୍ୟାଳୟ ରେ ସଭାପତି ଶଙ୍କର ବଲ୍ଲଭ ମିଶ୍ର ଙ୍କ ସଭାପତିତ୍ବ ରେ ଶୋକସଭା ରେ ଉପସ୍ଥିତ ସଦସ୍ୟ ମାନେ ସ୍ବର୍ଗତ ଲତା ମଙ୍ଗେସକର ଙ୍କ ବିୟୋଗ ଭାରତୀୟ ସଙ୍ଗୀତ ଜଗତ ରେ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିବାସହ ତାଙ୍କ ର ଅନୁପସ୍ଥିତି ର ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ ବୋଲି ଉପସ୍ଥିତ ସଦସ୍ୟ ମାନେ ବର୍ଣାନା କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ସେହିପରି ସାମ୍ବାଦିକ ସ୍ବର୍ଗତ ରୋହିତ ଙ୍କୁ ଜଣେ ନିର୍ଭୀକ ଓ କର୍ମ ତତ୍ୱର୍ ସାମ୍ବାଦିକ ଭାବରେ ବର୍ଣ୍ଣନା କରିବା ସହ ତାଙ୍କ ବିୟୋଗରେ ସାମ୍ବାଦିକ ଜଗତର ଅପୂରଣୀୟ କ୍ଷତି ହେଲା ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ । ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କ ଠାରେ ଦାବି କରାଯାଇଛି ଯେ ଦିବଙ୍ଗତ ରୋହିତ ଙ୍କୁ ଶହୀଦ ର ମାନ୍ୟତା ଦେବା ସହ ପାରିବାର ବର୍ଗ ଙ୍କୁ ଶହୀଦ ପରିବାର ର ସମସ୍ତ ସୁବିଧା ଯୋଗାଇ ଦିଆଯାଉ ।

ସେହିଭଳି ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି। ଏହି ଶ୍ରଦ୍ଧାଂଜଳି ସଭାରେ ସଂଘର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ହୋତା, ଉପ ସଭାପତି ବିରେନ୍ଦ୍ର ପ୍ରଧାନ,ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଖମାରୀ, ଯୁଗ୍ମ ସମ୍ପାଦକ ପ୍ରବୀଣ ସାହୁ, ରବି ପଣ୍ଡା, ଦୀପକ ଶର୍ମା,। ଲଲାଟେନ୍ଦୁ ଦାଶ, ମହେନ୍ଦ୍ର ସାହୁ, ଅନନ୍ତ ମଟାରୀ, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ପ୍ରକାଶ ଥାଉକି ରୋହିତ ଗତକାଲି ମାଓବାଦି ମାନେ ବିଛାଇଥିବା ଲେଣ୍ଡ ମାଇନ୍ ବିସ୍ପୋରଣ ରେ ପ୍ରାଣ ହରାଇଥିଲେ ।

Exit mobile version