
ପୁରୀ ,ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ )ରଥଖଳାରେ ଆଜି ରଥ ନିର୍ମାଣ କାମ ଆରମ୍ଭ ,8 ମଇ :- ପୁରୀରେ ମହାରଣା ସେବକମାନେ ତୁମ୍ବ ପ୍ରସ୍ତୁତିରେ ଲାଗିଛନ୍ତି । ରଥଖଳାରେ ଆଜି ରଥ ନିର୍ମାଣ କାମ ଆରମ୍ଭ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ତିନି ରଥର ମହାରଣାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଶୁକ୍ରବାର ସକାଳ ୮ଟାରୁ ରଥ ନିର୍ମାଣ କାମ ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିଲା । ବୈଠକରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା, ତାଳଧ୍ଵଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ପରିଚାଳନା କମିଟିର ୨ ଜଣ ସଦସ୍ୟ ଉପସ୍ଥିତ ଥିଲେ ।
ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ରଥ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ଆସନ୍ତା ଭଉଁରୀ ଦିନ ଚକ ଡେରା ପାଇଁ ସେମାନେ ଉଦ୍ୟମ କରିବେ ବୋଲି ତିନି ରଥର ମୁଖ୍ୟ ମହାରଣାମାନେ କହିଥିଲେ ।
