ଆଦିଦେବ ପ୍ଲେ ସ୍କୁଲରେ ଭିନ୍ନ ଢଙ୍ଗରେ ସରସ୍ୱତୀ ପୂଜା ପାଳିତ : ବିଦ୍ୟାର୍ଥୀ ଙ୍କ ଦ୍ୱାରା କଲେ ବିଦ୍ୟଦାତ୍ରୀ – ମା ସରସ୍ଵତୀଙ୍କର ପୂଜା

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ପୁରୀ :- ଅନ୍ନପୂର୍ଣ୍ଣା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପୁରୀରେ ଗଠିତ ଆଦିଦେବ ପ୍ଲେ ସ୍କୁଲରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ଲେ ସ୍କୁଲ ରେ ଶିକ୍ଷା ଅଧ୍ୟୟନ କରୁଥିବା ଜଣେ କୁନି ଛାତ୍ର ସତ୍ୟ ନାରାୟଣ ଉପାଧ୍ୟାୟ ଙ୍କ ଦ୍ଵାରା ସରସ୍ୱତୀ ଦେବୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ଏହି ପୂଜା ରେ ପ୍ଲେ ସ୍କୁଲ ର ସମସ୍ତ ଶିକ୍ଷୟତ୍ରୀ ଙ୍କ ସମେତ ସେଠାରେ ଶିକ୍ଷା ଅଧ୍ୟୟନ କରୁଥିବା କୁନି କୁନି ପିଲା ମାନେ ଯୋଗ ଦେଇଥିଲେ । ଏଥିସହିତ ଅନ୍ନପୂର୍ଣ୍ଣା ଚାରିଟେବଲ ଟ୍ରଷ୍ଟ ର ଚେୟାରମ୍ୟାନ ଶ୍ରୀମତୀ ପ୍ରଣତି ଦାଶ ଙ୍କ ଝିଅ କୌଶିକ ଡି ପି ଶ୍ରାବଣୀ ଙ୍କ ଦ୍ଵାରା ସରସ୍ୱତୀ ପୂଜା ସଂମ୍ପନ୍ନ କରାଯାଇଥିଲା ।

ମାଆ ଙ୍କ ର ପୂଜାର୍ଚ୍ଚନା ଛୋଟ ଶିଶୁ ମାନଙ୍କ ଦ୍ୱାରା କରାଇ ପିଲା ମାନଙ୍କ ମନରେ ଭକ୍ତି ଭାବନା ଉଦ୍ରେକ କରିବା ସହ ଶିକ୍ଷା କ୍ଷେତ୍ରରେ ଆଧ୍ୟାତ୍ମିକ ପଥର ମାର୍ଗ ଦର୍ଶନ କରାଇ ଏକ ନୂତନ ଆଭା ସୃଷ୍ଟି କରିଛି ଅନ୍ନପୂର୍ଣ୍ଣା ଚାରିଟେବଲ ଟ୍ରଷ୍ଟ । ଶ୍ରୀ ପଞ୍ଚମୀ ରେ ବିଦ୍ୟଦାତ୍ରୀ ମା ସରସ୍ଵତୀ ଙ୍କ ପୂଜାର୍ଚ୍ଚନା ବିଦ୍ୟାର୍ଥୀ ଙ୍କ ଦ୍ଵାରା କରାଇ ଅଭିଭାବକ ଙ୍କ ମନରେ ସନ୍ତୁଷ୍ଟି ଆଣିଦେଇଛି ।

Exit mobile version