ଗଜପତି ଜିଲ୍ଲାର ଅପହଞ୍ଚ ଓପାହାଡିଆ ଅଞ୍ଚଳରେ ଅତ୍ୟାଧୁନିକ ଡ୍ରୋନଦ୍ବାରା ଗଞ୍ଜେଇ ଚାଷ କୁ ସମୂଳେ ଉତ୍ପାଟନ କରିବାକୁ ପ୍ରୟାସ ଆରମ୍ଭ କରିଛିଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାରୁ ଗଞ୍ଜେଇ ଚାଷ ସମୂଳେ ଉତ୍ପାଟନ କରିବାକୁ ପ୍ରୟାସ ଆରମ୍ଭ କରିଛି ଅବକାରୀ ବିଭାଗ। ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଜିଲ୍ଲା ମଧ୍ୟରୁ ଗଜପତି ଏକ ପ୍ରମୁଖ ଜିଲ୍ଲା ଭାବେ ଜଣାଶୁଣା। ତେବେ ଜିଲ୍ଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଅଧିକରୁ ଅଧିକ ଚାଷ ହେଉଥିବା ବେଳେ ଅବକାରୀ ଓ ପୋଲିସ ବହୁ ସମୟରେ ମିଳିତ ଭାବେ ଚଢ଼ାଉ କରି ଏକର ଏକର ଗଞ୍ଜେଇ ଗଛ ନଷ୍ଟ କରି ଆସୁଛି। ତଥାପି ଅପହଞ୍ଚ ଅଞ୍ଚଳରେ ପ୍ରଚୁର ପରିମାଣରେ ଚାଷ ହେଉଛି। ଆଦିବାସୀଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ସାର ଔଷଧ ଯୋଗାଇ ନୂତନ ଜ୍ଞାନ କୌଶଳରେ ଏହି ଚାଷକୁ ତ୍ବରାନ୍ବିତ କରୁଛନ୍ତି ଗଞ୍ଜେଇ ମାଫିଆ । ଯାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଉଛି।

ଅପହଞ୍ଚ ପାହାଡ଼ିଆ ଅଞ୍ଚଳରେ ଏବେ ଅତ୍ୟାଧୁନିକ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଗଛର ସନ୍ଧାନ କରିବ ବିଭାଗ। ଜଙ୍ଗଲ ମଧ୍ୟରେ ଡ୍ରୋନ ଉଡ଼ାଇ ଅପହଞ୍ଚ ଅଞ୍ଚଳରୁ ଗଞ୍ଜେଇ ଚାଷର ଫୋଟ ଉତ୍ତୋଳନ କରିବା ପରେ ବିଭିନ୍ନ ଦିଗରୁ ଦଳବଳ ନେଇ ଚଢ଼ାଉ କରି ଗଞ୍ଜେଇ ଚାଷ ନଷ୍ଟ କରିବ ବିଭାଗ। ଗଞ୍ଜେଇ ଚାଷ ନେଇ ମାଫିଆ ନୂତନ ଜ୍ଞାନକୌଶଳ ପ୍ରୟୋଗ କରୁଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମଧ୍ୟ ଏହାକୁ ପ୍ରତିହତ କରିବାକୁ ନୂଆ ଟେକ୍ନୋଲୋଜି ବ୍ୟବହାର କରି ସମୂଳେ ନାଶ କରିବାକୁ ଉଦ୍ୟମ ଆରମ୍ଭ କରିଛି ଅବକାରୀ ବିଭାଗ।

ଗତକାଲି ମୋହନା ଥାନା ଅନ୍ତର୍ଗତ କମାରଖଲି ଅଞ୍ଚଳରେ ଡ୍ରୋନ ବ୍ୟବହାର କରି ୭୭ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶନାରେ ଗତ ୪୫ ଦିନ ଧରି ଲଗାତାର ବିଭିନ୍ନ ସ୍ଥାନରେ ଚଢାଉ କରି ବର୍ତ୍ତମାନ ସୁଦ୍ଧା ମୋଟ ୪୧୫୬ ଏକର ଜମିରୁ ୮୩ ଲକ୍ଷ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୁଲ୍ୟ ୮୩୦ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ହେବ । ତେବେ ଡ୍ରୋନର ବ୍ୟବହାର ଏଥିରେ ବେଶ ସହଯୋଗୀ ହେବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକପ୍ରଭାତ କୁମାର ସେଠୀ

Exit mobile version