କୋଭିଡ କଟକଣା ଭିତରେ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ସରସ୍ୱତୀ ପୂଜା ଅନୁଷ୍ଠାତ

ଓଡ଼ିଶା ତାଜା ନ୍ୟୁଜ୍ (୫ ଫେବୃଆରୀ ଶନିବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ପ୍ରଦାୟିନୀ ମା ସରସ୍ୱତୀ ପୂଜା ଅନୁଷ୍ଠାତ ହୋଇଯାଇଛି ।କୋଭିଡ କଟକଣା ଭିତରେ ବୈପାରିଗୁଡାର ବ୍ଲକର ୨୦ ଗୋଟି ଗ୍ରାମ ପଚାଂୟତର ସମସ୍ତ ବିଦ୍ୟାଳୟରେ ଦେବୀ ସରସ୍ୱତୀଙ୍କର ପୂଜା ଆନନ୍ଦର ଉଲାଶରେ ପାଳିତ ହୋଇଥିବାର ଜଣାପଡିଛି ।

ଅନୁଷ୍ଠାନ ଗୁଡିକର ପରିବେଶକୁ ଆଧୁନିକ ଢ଼ଙ୍ଗରେ ସଜାସଜ୍ଜା କରାଯିବା ସହ ମା ସରସ୍ୱତୀଙ୍କ ଆକର୍ଷଣୀୟ ପ୍ରତିମୂର୍ତି ସ୍ଥାପନ କରାଯାଇଛି ।ଛାତ୍ରଛାତ୍ରୀ ମାନେ ରଙ୍ଗବେରଙ୍ଗର ପୋଷାକ ପରିଧାନ ପୂର୍ବକ ଭୋଗରାଗ ଧରି ପୂଜାରେ ଅଂଶ ଗ୍ରହଣ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ମୁହିଁରେ ମାସ୍କ ରହିଥିଲେ ।ଛୋଟ ପିଲାମାନେ ମା ଙ୍କ ନିକଟରେ ଖଡି ଛୁଆଁ ଶିକ୍ଷା ଆରମ୍ଭ କରିଥିଲେ ।

Exit mobile version