ଶ୍ରୀ ପଞ୍ଚମୀ ରେ ଯୋଗ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୫ ଫେବ୍ରୁଆରୀ ଶନିବାର ) ବରଗଡ଼ :- ବରଗଡ଼ ଶ୍ରୀ ପଞ୍ଚମୀ ଅବସରରେ ଆଜି ଚକରକେନ୍ ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମରେ ଆର୍ଟ ଅଫ ଲିଭିଂ ବରଗଡ ଶାଖା ତରଫରୁ ତିନି ଦିନିଆ ଯୋଗ ଓ ପ୍ରାଣାୟାମ ଶିବିର ଶୁଭାରମ୍ଭ ହୋଇଯାଇଛି l ଏହି ଶିବିରରେ ମାତୃଛାୟା ଓ ବାନପ୍ରସ୍ଥ ର ଅନ୍ତେବାସୀ ମାନେ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ଗଠନ ରେ ଯୋଗ ଓ ପ୍ରାଣାୟାମ ସମନ୍ଦରେ ଜ୍ଞାନ ଅର୍ଜନ କରିଥିଲେ l ଆର୍ଟ ଅଫ ଲିଭିଂର ପ୍ରଶିକ୍ଷିକା ମମତା ଅଗ୍ରୱାଲ ଓ ନିତୁ ଅଗ୍ରୱାଲ ଯୋଗଦେଇ ପ୍ରଶିକ୍ଷଣ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଶିବିର ରେ ଆଶ୍ରମ ର ତତ୍ବାବଧାରକ ଦେବଦତ୍ତ ତ୍ରିପାଠୀ,ମୁଖ୍ୟ ପରିଚାଳିକା ଲବଙ୍ଗ ସାହୁ,ପ୍ରଶିକ୍ଷଣ ସଂଧ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version