ରାୟଗଡ ରେ BJP କାର୍ଯ୍ୟାଳୟ ଉଦଘାଟନ

ଓଡ଼ିଶା ତାଜା ନ୍ୟୁଜ୍ (ଫେବ୍ରୁଆରୀ ଶନିବାର ) ରାୟଗଡ(ଗଜପତି) :- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ଆଜି ରାୟଗଡ ସଦର ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ବିଜେପି ର ବ୍ଲକ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି. ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯାଳୟ ଉଦଘାଟନ କରିଥିଲେ l ଲୋକଙ୍କ ନିକଟତର ହୋଇ ଜିଲ୍ଲା ପରିଷଦ ଜୋନ 13 ର ପ୍ରାର୍ଥନୀ ଶ୍ରୀମତୀ ରେଣୁ ଭୂୟାଁଙ୍କୁ ନିର୍ବାଚନରେ ବିପୁଳ ଭୋଟରେ କିପରି ନିର୍ବାଚିତ କରି ହେବ ତାରି ଉପରେ ଗୁରୁ ମନ୍ତ୍ର ଦେଇଥିଲେ.

ଏହାପରେ ବ୍ଲକ ଅଫିସ ଯାଏ ରୋଡ଼ ସୋ କରି ଥିଲେ. ଆଜିର କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ଜଗନ୍ନାଥ ଖାଡ଼ଙ୍ଗାଲୁ, ଜିଲ୍ଲା କାର୍ଯକାରୀ ସଦସ୍ୟ ତିରୁପତି ନାୟକ, ପୂର୍ବତନ zp ସଭ୍ୟ ପ୍ରଦୀପ ବିଷୋୟୀ, ନବକିଶୋର ଶବର, କାଶୀ ଆଚାରୀ, ଦେଓ ଆଚାରୀ,ଚନ୍ଦନ ପାଇକ, ଶ୍ରୀନିବାସ ପାଇକ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Exit mobile version