ତିରୋଧାନ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ ଶ୍ରଦ୍ଧାଂଜଳି

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ :- ଆଜି ଉତ୍କଳ ଗୌରବ କୁଳବୃଦ୍ଧ ମଧସୂଦନ ଦାସ ଙ୍କର ତିରୋଧାନ ଦିବସ ଅବସର ରେ ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧା ସୁମନ ଅର୍ପଣକରାଯାଇଛି। ସ୍ଥାନୀୟ କଚେରି ପରିସରରେ ଥିବା ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ସଂଘ ର କର୍ମକର୍ତ୍ତା ମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓକିଲ ସଂଘ ସଭାପତି କୁଶ ପ୍ରଧାନ,ସାଧାରଣ ସମ୍ପାଦକ ହରିହର ପ୍ରଧାନ, ଉପ ସଭାପତି ମୋହିତ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ସନକ ଦାଶ,ବରିଷ୍ଠ ଓକିଲ ଶିରିଶ ବଲ୍ଲଭ ମିଶ୍ର,ଅନନ୍ତ ଶୟନ ପାଢ଼ୀ,ରବି ପଣ୍ଡା, ଲିପସିତ ମିଶ୍ର,ଅନୁପ ଶତପଥୀ,ଦିବସ ସରାଫ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Exit mobile version