ନିଷ୍ଠା ପରିବାର ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ଼ :- ରାଜୀବ ଭବନ ,ଗାଇସୀମା ଠାରେ ନିଷ୍ଠା ପରିବାର ଓ ଗାଇସୀମା ଗ୍ରାମବାସୀଂକ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର କୁ ବରଗଡ଼ ର ଜଣାଶୁଣା ଡାକ୍ତର ନିଶାନ୍ତ ଦେବତା ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ ।

ଏହି ଶିବିର ରେ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହାକୁ ପରିଚାଳନା ରେ ନିଷ୍ଠା ପରିବାର ଉପଦେଷ୍ଟା ଦୁର୍ବାଦଳ ଷଡଙ୍ଗୀ ,ସଭାପତି ରକ୍ଷପାଳ ସାହୁ କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ସାହୁ ଙ୍କ ସମେତ ନିଷ୍ଠା ର ସଦସ୍ୟମାନେ ଓ ବିଶେଷ କରି ନିଷ୍ଠା ଟିମ୍ ଗାଇସିମା ର ସଦସ୍ୟ ମାନେ ସହଯୋଗ କରିଥିଲେ ।

Exit mobile version