ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ ପାରଳାଖେମୁଣ୍ଡି ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ର ମିଳିତ ଚଢଉ ୨୯ଲିଟର ଦେଶୀମଦ ଜବତ ୨ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ ବାଳକୃଷ୍ଣ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ ପକ୍ଷରୁ ଅବକାରୀ ଚଢ଼ାଉ କରା ଯାଇଥିଲା ।କୋଣସି ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ସହରର ପାଟପାଟଣା ରୋଡ଼ ଅଞ୍ଚଳରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ପେଟ୍ରୋଲ ବାଙ୍କ ନିକଟରୁ ଚୋରାରେ ରଖା ଯାଇଥିବା ୨୯ ଲିଟର ଦେଶୀ ମଦ ଜବତ କରାଯିବା ସହ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରା ଯାଇଥିଲା ।

ଗିରଫ କରା ଯାଇଥିବା ଦୁଇଜଣ ଚୋର ମଦ ବେପାରୀ ହେଲେ ପାରଳାଖେମୁଣ୍ଡି ସ୍ଥିତ ସେଗିଡି ସାହିର ଟି: ଜଗଦୀଶ୍ବେର(୫୫) ଏବଂ ପାରଳାଖେମୁଣ୍ଡି ସ୍ଥିତ ଜାଗିଲି ସାହିର ପି:ଗଙ୍ଗା(୪୫) । ଗିରଫ ଦୁଇ ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ପାରଳାଖେମୁଣ୍ଡି ଅବକାରୀ ଆର୍ମଷ୍ଟାଫ ଓ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଷ୍ଟାଫ ସାମିଲ ଥିଲେ ।ଏହି ଅବକାରୀ ଚଢ଼ାଉ ମୁଖ୍ୟତଃ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version