ନ୍ୟୁଜ୍ ପ୍ରସାରଣ ପରେ : ଚେକ୍ ଡ୍ୟାମ କାର୍ଯ୍ୟ ଆରମ୍ଭ – ଚାଷୀ ହେବେ ଉପକୃତ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବୈପାରିଗୁଡା :- କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ୨୦୧୮/୨୦୧୯ ମସିହାରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡା ପଚଂୟାତର ଅଟଳଗୁଡା ଓ ଖରାଗୁଡା ଗ୍ରାମ ମଝିରେ ଥିବା ଏକ ନାଳ ଉପରେ ଚେକ୍ ଡ୍ୟାମ ନିର୍ମାଣ କରାଯାଇଥିବା ବେଳେ ଅଳ୍ପ ମାସରେ ଭାଙ୍ଗି ପଡିବାରୁ ଚାଷୀ ମାନେ ଚାଷ କାର୍ଯ୍ୟ କରିବାରେ ଘୋର ଅସୁବିଧାର ସମ୍ମୁଖ୍ୟନ ହେଉଥିବା ବେଳେ ଆମେ ସେଠାରେ ପହଚଂ ତାଙ୍କ ସମସ୍ୟାକୁ ରାଜ୍ୟ ସରକାର , ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଦୁଷ୍ଟି କୁ ନେଇ ଆମ ଟିଭିରେ ଚାଷୀଙ୍କ ସମସ୍ୟା କୁ ନେଇ ନ୍ୟୁଜ୍ ମାଧ୍ୟମରେ ପ୍ରଶାସନର ନଜରକୁ ଏହି ଘଟଣା ନେଇଥିଲୁ.

ଗତ ୨୦୨୧ ମସିହାରେ ଏପ୍ରଲ ୨୫ ତାରିଖ ଦିନ ଆମ ଟିଭିରେ ନ୍ୟୁଜ୍ ପ୍ରସାରଣ କରିଥିଲୁ ଯେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ମାସରେ ଭାଙ୍ଗିଲା ଚେକ୍ ଡ୍ୟାମ, ବିଭାଗୀୟ ଅଧିକାରୀଙ୍କ ନଜର ପଡିବ କେବେ,ଚାଷୀ ଏବେ ଗୁହାରୀ କରିବେ କାହାକୁ .ଏହି ନ୍ୟୁଜ୍ କୁ ମଧ୍ୟ କେତେ ଜଣ ସ୍ୱୋଚ୍ଛାସେବୀ ଟୁଇଟ କରି ସରକାରଙ୍କ ପାଖକୁ ପହଚଂଇ ଥିଲେ . ଶେଷରେ ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକୁ ଗୁରୁତ ଦେଇ ଠିକାଦାର କୁ ତାଗିଦ୍ କରିଥିଲେ .

ତେବେ ଏହି ଚେକ୍ ଡ୍ୟାମ୍ କୁ ଯିବା ପାଇଁ ଚାଷୀ ଜମି ଅତିକ୍ରମ କରିବାକୁ ପଡୁଥିବାରୁ କେତେକ ଚାଷୀ ସେହି ରାସ୍ତା ଦେଇ ଯିବା ଆସିବା ପାଇଁ ବାରଣ ମଧ୍ୟ କରିଥିଲେ . ଏବେ ମାଣ୍ଡିଆ ଚାଷୀ ଶେଷ ହେବା ପରେ ଚେକ୍ ଡ୍ୟାମର କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି . ତେବେ ଆମ ମାଧ୍ୟମରେ ଗ୍ରାମବାସୀଙ୍କ ସମସ୍ୟାକୁ ରାଜ୍ୟସରକାର ଓ ପ୍ରଶାସନ ନିକଟକୁ ନେଇ ଚେକ୍ ଡ୍ୟାମ ନିର୍ମାଣ କରାଇଥିବାର ଗ୍ରାମବାସୀ ମାନେ ଆମ ଟିଭିକୁ ସାଧୁବାଦ ପ୍ରଦାନ କରାଯାଇଛି .

Exit mobile version