ନର୍ଲା ବ୍ଳକରେ ନିର୍ବାଚନ ଆଚରଣବିଧି ପାଳନ ବୈଠକ

1. ନିର୍ବାଚନ ପ୍ରଚାରରେ ଜିଲ୍ଲା ପରିଷଦ ସଭ୍ୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିୟମ ଥିବା ବେଳେ ୨ଟି ଚାରି ଚକିଆ ଯାନର ବ୍ୟବହାର ଓ ୫ଟି ୨ ଚକିଆ ଯାନର ବ୍ୟବହାର ପାଇଁ ନିୟମ ରହିଛି

2. ସରପଂଚ ପାଇଁ ୨ଲକ୍ଷ ଟଙ୍କା ସହିତ ୨ଟି ଚାରି ଚକିଆ ଓ ୫ଟି ଦୁଇ ଚକିଆ ଯାନ ବ୍ୟବହାର କରି ପ୍ରଚାର କରିପାରିବେ ।

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପଞ୍ଚାୟତରାଜ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ବ୍ଳକ ସଭାଗୃହ ଠାରେ ନିର୍ବାଚନ ଆଚରଣବିଧି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଂଚ ଆଶାୟୀ ପ୍ରାର୍ଥୀମାନେ ଯୋଗଦାନ କରିଥିଲେ । ନିର୍ବାଚନ ପ୍ରଚାରରେ ଜିଲ୍ଲା ପରିଷଦ ସଭ୍ୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିୟମ ଥିବା ବେଳେ ୨ଟି ଚାରି ଚକିଆ ଯାନର ବ୍ୟବହାର ଓ ୫ଟି ୨ ଚକିଆ ଯାନର ବ୍ୟବହାର ପାଇଁ ନିୟମ ରହିଛି । 

ସରପଂଚ ପାଇଁ ୨ଲକ୍ଷ ଟଙ୍କା ସହିତ ୨ଟି ଚାରି ଚକିଆ ଓ ୫ଟି ଦୁଇ ଚକିଆ ଯାନ ବ୍ୟବହାର କରି ପ୍ରଚାର କରିପାରିବେ । ବୈଠକରେ ନର୍ଲା ବ୍ଳକ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀ ନିର୍ବାଚନ ଆଚରଣବିଧି ପାଳନ କରିବାକୁ ପରାମର୍ଶ ଦେଇଥିଲେ । କୋଭିଡ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

Exit mobile version