ସୀମା ସୁରକ୍ଷା ବାହିନୀ ପକ୍ଷରୁ କୁକୁର ପଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଟିତ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବୈପାରିଗୁଡା :- ସୀମା ସୁରକ୍ଷା ବାହିନୀ ବିଏସ୍‌ଏଫ୍ ଯବାନଙ୍କ ତରଫରୁ କୋରାପୁଟ ଜିଲ୍ଲା ଜୟପୁର ଠାରେ କୁକୁର ମାନଙ୍କୁ ନେଇ ଏକ ପଦର୍ଶନୀ କାର୍ଯ୍ୟକ୍ରମ ଆୟେଜନ କରିଥିବା ବେଳେ କେମିତି କୁକୁର ସାହାର୍ଯ୍ୟତାରେ ବିଏସ୍‌ଏଫ ଯବାନ ମାନେ ବିଭିନ୍ନ ପ୍ରକାର ବିସ୍ପୋରକ, ନିଶା ସାମଗ୍ରୀ ସହ କୁମ୍ବି ଅପରେସନ ସମୟରେ ଏହି କୁକୁର ମାନେ ବିଏସ୍‌ଏଫ୍ ଯବାନଙ୍କୁ ସହଯୋଗ କରିବା ସହ ଯୁଦ୍ଧ ସମୟରେ ସଫଳତା ହାସଲ କରିଥାନ୍ତି ସେହି ବିଷୟକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଟତ ହୋଇଥିବାର ଦେଖାଯାଇଛି .

ଜୟପୁର ସ୍ଥିତ ଏସଟି ଜାଭିୟର ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ କୁକୁର ପଦର୍ଶନୀ କାର୍ଯ୍ୟକ୍ରମ ଆୟେଜନ ହୋଇଯାଇଛି . ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏହି କୁକୁର ପଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ବିଏସ୍‌ଏଫ୍ କମାଣ୍ଡାଣ୍ଟ ଶ୍ରୀ ସଜନ ସିଂ ପାନୱାର . ଏହା ସହ ଛାତ୍ରଛାତ୍ରୀ ମାନଙ୍କୁ ବିଏସ୍‌ଏଫ୍ ଯାବନ ଙ୍କ ସଚେତନତା ଉପରେ ବକ୍ତତା କହିବା ସହ ରଣକ୍ଷେତ୍ରରେ କର ରହିଛି ଭୂମିକା ବିଷୟରେ ଅବଗତ ମଧ୍ୟ କରାଇଥିଲେ .

୧୦ ପ୍ରକାର ଜାତିର କୁକୁର ପଦର୍ଶନୀ ରେ ବେଳଜିଆନ୍ ସିଫ୍ୟିାର୍ଡ, ଜର୍ମାନ ସିଫ୍ୟିାର୍ଡ ଓ ଲାବ୍ରାଡୋର ରେଟ୍ରିଭର ସହ ବିଭିନ୍ନ କିସମର କୁକୁର ମାନଙ୍କୁ ନେଇ ଏହି ଡଗ୍ ସୋ କରାଯାଇଛି ।ଜାତୀୟ ସୁରକ୍ଷା ପାଇଁ ବିଏସ୍‌ଏଫ୍ କେତେ ଉତ୍ସର୍ଗୀକୃତ ଏବଂ ନାଗରିକଙ୍କ ପାଇଁ ଜୀବନକୁ ଅଧିକ ସୁରକ୍ଷିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ ସହିତ କାର୍ଯ୍ୟ କରିବାକୁ ସେମାନେ କିପରି ଏହି କୁକୁର ମାନଙ୍କୁ ତାଲିମ ଦିଅନ୍ତି ବୋଲି ତାଙ୍କ ପ୍ରତିକିୟାରେ କହିଛନ୍ତି .

ଏହି କୁକୁର ମାନେ ସମସ୍ତ କ୍ଷେତ୍ରରେ ଭରପୁର ତାଲିମପାତ୍ର ଓ ଦକ୍ଷତା ପ୍ରଦର୍ଶନ କରିବାରେ ମୁଖ୍ୟଭୂମିକା ଗ୍ରହଣ କରନ୍ତି ବୋଲି ଜଣାପଡିଛି .ଏହି କୁକୁର ମାନଙ୍କୁ ମଧ୍ୟପ୍ରଦେଶର ଟେକାନପୁର ଠାରେ ଥିବା ନ୍ୟାସନାଲ ଟ୍ରେନିଂ ସେଣ୍ଠର ଫର ଡଗ୍ ସେଣ୍ଟର ଠାରେ ତାଲିମ ଦିଆଯାଉଥିବାର କୁହାଯାଇଛି .କୁକୁର ଏବଂ ସେଣ୍ଟ୍ରାଲ ଆର୍ମତ ପୋଲିସ ଫୋର୍ସ ଓ ରାଜ୍ୟ ପୋଲିସ ସଂଗଠନର ହ୍ୟାଣ୍ଡଲର୍ମାନଙ୍କୁ ତାଲିମ ଦେବା ପାଇଁ ବିଏସ୍‌ଏଫ୍ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନ ହେଉଛି ଏକ ପ୍ରାଥମିକ ତାଲିମ ପ୍ରତିଷ୍ଠାନ .

Exit mobile version