ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ,୭ ମଇ, ଗୁରୁବାର : – ଆଜି ଓଡ଼ିଶା ଡିେ ପ୍ଲାମା ଇଂଜିନିୟର ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ଲୋକସେବା ଭବନରେ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଚେକ୍ ପ୍ରଦାନ ବେଳେ ସଂଘର ଆକ୍ସନ୍ କମିଟି ଚେୟାରମ୍ୟାନ ଇଂ. ନିର୍ମଳ ଚନ୍ଦ୍ର ସ୍ୱାଇଁ, ଉ ପଦେଷ୍ଟା ଇଂ. ନରେନ୍ଦ୍ର କୁମାର ନାୟକ, ସଭା ପତି ଇଂ. ପ୍ରଦୀପ କୁମାର ପାତ୍ର, ସାଧାରଣ ସଂ ପାଦକ ଇଂ. ଯଶୋବନ୍ତ ନାୟକ, ଉପସଭା ପତି ଇଂ. ଶ୍ରୀଧର ବାରିକ ଏବଂ
ଭୁବନେଶ୍ୱର ଶାଖା ସଭା ପତି ଇଂ. ଶ୍ରୀକାନ୍ତ ମହା ପାତ୍ର ପ୍ରମୁଖ ଉ ପସ୍ଥିତ ଥିଲେ । ଉଲ୍ଲେଖ ଥାଉ କି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନୁ ପ୍ରାଣିତ ହୋଇ ସାରା ରାଜ୍ୟରେ କାର୍ଯ୍ୟରତ ସଂଘର ସଭ୍ୟସଭ୍ୟାମାନେ ସ୍ୱତଃପୂର୍ତ୍ତ ଭାବେ ଏହା ପ୍ରଦାନ କରିଛନ୍ତି । ଦ୍ୱିତୀୟ ଦଫାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ଅନୁଦାନ ସଂଗ୍ରହ ଜାରି ରହିଛି, ଯାହାକି ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ । କୋଭିଡ୍-୧୯କୁ ନିୟନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଟାକୁ ସଂଘ ସର୍ବୋତ୍ତ ଭାବେ ସମର୍ଥନ କରି ଧନ୍ୟବାଦ୍ ଅର୍ପଣ କରିଛନ୍ତି ।
