ଗୋଡିପଡା ଜୋନରେ ବିଜେଡି , ବିଜେପି ମୁହାଁ..ମୁହିଁ ରେ – କଂଗ୍ରେସ ଧରାଶାୟୀ

ଓଡ଼ିଶା ତାଜା ନ୍ୟୁଜ୍ ( ଫେବ୍ରୁଆରୀ ଗୁରୁବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ଗୋଡିପଡା ( ୪ ନମ୍ବର ) ଜିଲ୍ଲାପରିଷଦ ଜୋନ୍ ରେ ବିଜେପିର ତୁଙ୍ଗ ନେତାଙ୍କ ପତ୍ନୀ ପ୍ରତିମା ପ୍ରଧାନ ଏଥର ବିଜେପି ପ୍ରାର୍ଥୀ , କଂଗ୍ରେସ ରୁ ରୁନା ବିଶୋଇ ଓ ବିଜେଡ଼ି ରୁ ସଂଯୁକ୍ତା ପଢ଼ିଆରୀ ପ୍ରାର୍ଥୀ ହୋଇଛନ୍ତି । ଗୋଡିପଡା ରେ ବିଜେପିର ଟାଣୁଆ ନେତା ସନ୍ନ୍ୟାସୀ ପ୍ରଧାନ ଙ୍କ ପତ୍ନୀ ପ୍ରତିମା ପ୍ରଧାନ ଲଢ଼ୁଥିବା ବେଳେ ବିଜେଡି ରୁ ସଂଯୁକ୍ତା ପଢ଼ିଆରୀ ଙ୍କୁ ନିର୍ବାଚନର ବିଜୟ ବାନା ଉଡାଇବା ରେ ଭିଡ଼ଭାଡ଼ ପଡୁଥିବା ଜଣାପଡ଼ିଛି । ଯେଉଁଥିପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ମୁଦ୍ଦାକୁ ନେଇ ସାଧାରଣ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି ବିଜେଡି ପ୍ରାର୍ଥିନୀ ।

ଲୋକଙ୍କ ଠାରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଓ ଗ୍ୟାସ୍ ଦରବୃଦ୍ଧିକୁ ମୁଦ୍ଦା କରିଛନ୍ତି ସଂଯୁକ୍ତା ପଢ଼ିଆରୀ । ଏହି ମୁଦ୍ଦାକୁ ନେଇ ବିଜେପି ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜିଲ୍ଲାପରିଷଦ ଙ୍କ ହାତରେ ଗ୍ୟାସ ଦରବୃଦ୍ଧି କୁ କମାଇବାର କ୍ଷମତା ନାହିଁ କି ସରକାରଙ୍କ ନୀତି ନିର୍ଦ୍ଧାରିତ ଆଇନ ରେ କୌଣସି ପରିବର୍ତ୍ତନ ଆଣି ପାରିବେ ନାହିଁ ଜିଲ୍ଲାପରିଷଦ ତେଣୁ ଏହି ଭଳି ମିଛ ପ୍ରଲୋଭନ ଦେଖାଇ ଭୋଟର ଙ୍କ ଠାରୁ ଭୋଟ ଭିକ୍ଷା କରିବା ହୀନ ରାଜନୀତି ବୋଲି ମତ ରଖିଛି ବିଜେପି ….

ଜିଲ୍ଲାପରିଷଦ ଙ୍କ କ୍ଷମତା :- ଚାଉଳ, ରାସନ କାର୍ଡ ଓ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେଥିରେ ଲୋକଙ୍କ ନାମ ଅନ୍ତର୍ଭୁକ୍ତ କରାଇବା ।

ନିଜ କ୍ଷମତା ଅନୁସାରେ କାମ କରିବାକୁ ଜିଲ୍ଲାପରିଷଦ ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି ନା କି ବିଧାୟକ ଓ ସରକାର ଙ୍କ କ୍ଷମତା କୁ ଆଧାର କରି ଶାସନ କରିବାକୁ ନିର୍ବାଚିତ ହୁଅନ୍ତି ଏହା ଆଇନ ବିରୁଦ୍ଧ ବୋଲି ରାଜନୀତି ମହଲରେ ବିଜେପି ର ପ୍ରତିକ୍ରିୟା ସେହି କଥା କୁ ଆଧାର କରି ଅନ୍ୟ ପଟେ ବିଜେପି ପ୍ରାର୍ଥିନୀ ଜିଲ୍ଲାପରିଷଦଙ୍କ ହାତରେ ନ୍ୟସ୍ତ ଥିବା ସୀମିତ କାର୍ଯ୍ୟ ଓ ସରକାରୀ ଯୋଜନା କୁ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା ର ମୁଦ୍ଦା ଉଠାଇଛନ୍ତି । ଗତ ୨୦୧୭ ନିର୍ବାଚନରେ ଜିଲ୍ଲାପରିଷଦ ଆସନରୁ ବିଜେପି ପ୍ରାର୍ଥୀ ଭାଗବତ ସେଠୀ ନିର୍ବାଚନରେ ୧୩୦୬୧ ଭୋଟ ପାଇ ବିଜୟୀ ହୋଇଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ପ୍ରସାଦ କୁମାର ନାୟକ ୧୧୮୩୯ ଭୋଟ ପାଇ ନିର୍ବାଚନ ହାରିଥିଲେ ।

ତେବେ ଚଳିତ ବର୍ଷ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ସଂଯୁକ୍ତା ପଢ଼ିଆରୀ ବିଜେଡି ରୁ ପ୍ରାର୍ଥୀ ହୋଇ ଗାଁ ଗାଁ ରେ ବୁଲି ନିଜ ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ BSKY ଯୋଜନା ଓ ଗରିବଙ୍କ ପାଇଁ ବହୁ ଉନ୍ନୟନ ମୂଳକ ଯୋଜନାକୁ ଲୋକଙ୍କ ସାମ୍ନାରେ ରଖି ଖୁବ ଜୋରସୋରରେ ପ୍ରଚାର ପ୍ରସାର କରୁଥିବାର ଦେଖାଦେଇଛି । ସଂଯୁକ୍ତାଙ୍କ ସହ ପ୍ରଚାର କରିବାକୁ ଓହ୍ଲାଇଛନ୍ତି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ୪ ନମ୍ବର ଜୋନରେ ବିଜେପି ଠାରୁ କଳେ ବଳେ କୌଶଳେ ଜିତିବା ପାଇଁ ଅଣ୍ଟା ଭିଡିଛନ୍ତି ବିଧାୟକ .. ଲୋକଙ୍କ ଭରସା ଜିତିବା ଓ ଜିଲ୍ଲାପରିଷଦ ଆସନ ବିଜେଡି ହାତ କୁ ଆଣିବା ପାଇଁ ବିଧାୟକ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖା ଦେଇଛି ।

Exit mobile version