ନୟାଗଡ଼ ପୋଲିସ ପକ୍ଷରୁ ଗତ କାଲି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା : ୩ ଟି ପଞ୍ଚାୟତ ତଥା ସିନ୍ଦୁରିଆ, ଲେଙ୍କୁଡ଼ିପଡା, ଘଡୁଆଳ

ଓଡ଼ିଶା ତାଜା ନ୍ୟୁଜ୍ (ଫେବ୍ରୁଆରୀ ଗୁରୁବାର ) ନୟାଗଡ଼ :- ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୟାଗଡ଼ ପୋଲିସ ପକ୍ଷରୁ ଗତ କାଲି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଆସନ୍ତା ପଞ୍ଚାୟତ ସ୍ତରରେ ହେବାକୁ ଯାଉଥିବା ନିର୍ବାଚନ କୁ କଡାକଡି କରିବା ପାଇଁ ଫ୍ଲାଗ ମାର୍ଚ୍ଚ କରିଛନ୍ତି ଏକ ପ୍ଲାଟୁନ ପୋଲିସ । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଘର ଘର ବୁଲି ଭୋଟ ଭିକ୍ଷା କରିବାକୁ ବାହାରିଛନ୍ତି ।

ଲୋକଙ୍କ ଠାରୁ ଭୋଟ ଖଣ୍ଡେ ପାଇବା ପାଇଁ ଟଙ୍କା ବାଣ୍ଟୁଥିବା ନେତା ଓ ଶତ୍ରୁତା କୁ ଆଧାର କରି ମାର୍ ପିଟ ହେଉଥିବା ପ୍ରାର୍ଥୀ ଙ୍କୁ ସଜାଗ କରାଇଛି ପୋଲିସ । ତେବେ ନୟାଗଡ଼ ବ୍ଲକର ପଞ୍ଚାୟତ ଗୁଡିକରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛି ପୋଲିସ ପ୍ରଶାସନ । ନୟାଗଡ଼ ଟାଉନ ଥାନା ଅଧିକାରୀ ପ୍ରଜ୍ଞା ପରିମିତା ଜେନା ଙ୍କ ସମେତ ଥାନା ଷ୍ଟାଫ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ ।

ଅସାମାଜିକ ଓ ବିଶୃଙ୍ଖଳିତ ଲୋକଙ୍କ ପାଇଁ ୱାରେଣ୍ଟ ଜାରି କରି ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି । ନୟାଗଡ଼ ଏସଡିପିଓ ଶୁଭେନ୍ଦ୍ର କୁମାର ସିହ୍ନା ଙ୍କ ତତ୍ୱବଧାନ ରେ ୩ ଟି ପଞ୍ଚାୟତ ତଥା ସିନ୍ଦୁରିଆ , ଲେଙ୍କୁଡ଼ିପଡା, ଘଡୁଆଳ ଗ୍ରାମପଞ୍ଚାୟତରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ନିର୍ବାଚନ କୁ ଦୃଷ୍ଟିରେ ରଖି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି ।

 

Exit mobile version