ରାସ୍ତା ଅବରୋଧ ପାଇଁ ବରଗଡ଼ ବଲାଙ୍ଗିର ରାସ୍ତା ରେ ଯାତାୟାତ କରୁଥିବା ଯାତ୍ରୀ ମାନେ : ଅସୁବିଧା ର ସମ୍ମୁଖୀନ ହେଉଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ବରଗଡ଼ :- ସାର ର କଳାବଜାରୀ ରୋକିବା ଦାବି ରେ ବରଗଡ଼ ବ୍ଲକ ବେହେରା ଅଞ୍ଚଳ ର ଚାଷୀ ବରଗଡ଼ ଆମ୍ବାପାଲି ଛକ ରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ ପାଇଁ ଘଣ୍ଟା ଘଣ୍ଟା ଧରି ବରଗଡ଼ ବଲାଙ୍ଗୀର ରାସ୍ତା ରେ ଯାତାୟାତ ବନ୍ଦ ରହିଛି। ଘଟଣା ସ୍ଥଳରେ ଜିଲ୍ଲା କୃଷି ବିଭାଗୀୟ ଅଧିକାରୀ ପହଞ୍ଚି ଆମ୍ବାପଲି ସ୍ଥିତ ଜନୈକ ବ୍ୟବସାୟୀ ଙ୍କ ସାର ଗୋଦାମ ସାଙ୍ଗେ ଅନ୍ୟ ଦୁଇ ଗୋଦାମ ରେ ଚଢାଉ ଜାରି ରଖିଛନ୍ତି ।

ରାସ୍ତା ଅବରୋଧ ପାଇଁ ବରଗଡ଼ ବଲାଙ୍ଗିର ରାସ୍ତା ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବରଗଡ଼ ର ସାମାଜିକ ଅନୁଷ୍ଠାନ “ଫର୍” ର ସଭାପତି ଇଂ ଦେବବ୍ରତ ମିଶ୍ର ପହଞ୍ଚି ଚାଷୀଙ୍କ ଦାବିକୁ ସମର୍ଥନ କରି ବିଭାଗୀୟ ଅଧିକାରୀଙ୍କ ସାଙ୍ଗ ଆଲୋଚନା କରିବା ସହ ସାର କଳାବଜାରୀ କରୁଥିବା ଦୋକାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

Exit mobile version