ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଂଗଠନ ଓ ୟୁ ଟେକ୍ କମ୍ପ୍ୟୁଟରଏଜୁକେଶନର ମିଳିତ ଆନୁକୁଲ୍ୟରେ ପଣ୍ଡିତ “ନରସିଂହ ଗୌଡଙ୍କୁ” ସମ୍ୱର୍ଦ୍ଧନାଜ୍ଞାପନ

ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଅପରାହ୍ନରେ “ପ୍ରଗତିମହିଳାସଂଗଠନ” ଏବଂୟୁ ଟେକ୍ କମ୍ପ୍ୟୁଟର ଏଜୁକେଶନ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନରେ ପରିବେଶ ସଚେତନତା କର୍ମ ଶାଳା ରେ ସମ୍ପ୍ରତି ଜିଲ୍ଲା ପ୍ରଶାସନଙ୍କ ଠାରୁ ଜନରାଜ୍ୟ ଦିବସ ଅବସରରେ ପ୍ରକୃତିବନ୍ଧୁ ପ୍ରାପ୍ୟ ସେବାନିବୃତ୍ତ ଶିକ୍ଷକ ପଣ୍ଡିତ ନରସିଂହ ଗୌଡ ଙ୍କୁ ପୁନଃ ଭବ୍ୟ ସମ୍ବର୍ଥନା ପ୍ରଦାନ କରାଯାଇଥିଲା । ଏହି ଅବସରରେ “ପିଲାଟିଏ ଗଛଟିଏ” ଏକତର୍କ*ପ୍ରତିଯୋଗିତା ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇସାରିଛି ।

 

ପରିବେଶ ସହ କୋଭିଡ ମୁକାବିଲା ଓ ସତର୍କତା ନିମନ୍ତେ ଆମେ ଆମ ସ୍ତରରେ କି କି ପଦକ୍ଷେପ ନେଇପାରିବା ସଭାନେତ୍ରୀ ଡି. ପ୍ରିୟଙ୍କା କହିଥିଲେ । ଏବଂ ମୁଖ୍ୟ ଅତିଥି ଭାବେ ଡ.ଭାରତୀପାଣିଗ୍ରାହୀ,ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରା ନନ୍ଦବେବର୍ତ୍ତା,ସଂଯୋଜକ ଭାବେ ଲୋକନାଥ ମିଶ୍ର,ସମ୍ମାନିତ ଅତିଥି ,

ତ୍ରିପତି ପ୍ରସାଦ ପଣ୍ଡା ଯୋଗଦାନକରିଥିଲେ । ପ୍ରଗତି ସମ୍ପାଦିକା ତନୁଜା ଶତପଥି,ଉପ ସଭାନେତ୍ରୀ ମାନସୀ ପଣ୍ଡା,ସଭ୍ୟାପ୍ରଫୁଲ୍ଲବେବର୍ତ୍ତା,ମୋହିନୀ ପ୍ରଧାନ,ସତ୍ୟକାର୍ଜୀ,ନନ୍ଦିନୀ ଲିମା,ସବିତା ପଣ୍ଡିତ ପ୍ରଭୃତି ସହଯୋଗ କରିଥିବାବେଳେ ବିଚାରକ ଭାବେ ଦେବଦତ୍ତ ବେବର୍ତ୍ତା, ଜଗନ୍ନାଥ ରାଓ, ଯୋଗଦେଇଥିଲେ

Exit mobile version