ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକରେ ବିଜେଡ଼ି ପ୍ରଚାରରେ ଅଗୁଆ

ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଆଦିବାସି ଅଧ୍ୟୁଷିତ କଂଗ୍ରେସ ଦଳର ଦୁର୍ଗଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ ବାରାଙ୍ଗ ସିଂ, ତାଙ୍ଗିଲିଡା ଓ ତାରାସିଙ୍ଗ ଏହି ତିନିଗୋଟି ଗ୍ରାମପଞ୍ଚୟତ ରେ ବିଜୁଜନତା ଦଳ ର ଦଳୀୟ ପ୍ରସ୍ତୁତି ବୈଠକ ପ୍ରଚାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସରଗରମ କରିଦେଇଛି l

ବିଜୁ ଜନତା ଦଳର ମଙ୍ଗଧରିଥିବା ବରିଷ୍ଠ ବିଜେଡ଼ି ନେତା ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡ଼ି ରାଜ୍ୟ ସମ୍ପାଦକ ମୁରୁତ ପାଳ ,ଆପା ରାଓ ,ଯୁବ ନେତା ଦିପୁ ପଟନାୟକ ଓ ବିଜେଡ଼ି ସମର୍ପିତ ଗୁମ୍ମା ଜୋନ -୪ ଜିଲ୍ଲା ପରିଷଦ ପ୍ରାଥୀ ଶ୍ରୀମତି ସନ୍ଧ୍ୟା ଶବର ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି l ଗୁମ୍ମା ବ୍ଲକରେ ବିଜେଡ଼ି ପ୍ରଚାରରେ ଅନ୍ୟ ଦଳ ମାନଙ୍କ ଠାରୁ ଆଗରେ ରହିଛି

Exit mobile version