ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- ଦକ୍ଷିଣ ଓଡିଶାର ପ୍ରମୁଖ ଶୌବପୀଠ ବାବା ଗୁପ୍ତେଶ୍ୱର ପୀଠ କୋଭିଡ-୧୯ କଟକଣା ପାଇଁ ବନ୍ଦ ରହିଥିବା ବେଳେ ଦୁଇ ତାରିଖ ଠାରୁ ଖୋଲା ରହିବ ବୋଲି ଜଣାପଡିଛି . କୋରାପୁଟ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ ନେଇ ପ୍ରଶାସନ ତରଫରୁ ଅଡର ନଂ ୧୦୧/୨୦୨୨ ଏକ ଚିଠି ପ୍ରକାଶ ପାଇଛି. ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବଢିବା ପରେ ସରକାରଙ୍କ ପକ୍ଷରୁ ବୈପାରିଗୁଡା ବ୍ଲକରେ ଥିବା ବାବା ଗୁପ୍ତେଶ୍ୱର ଶୌବପୀଠ କୁ ବନ୍ଦ କରିବା ସହ କେବଳ ପୂଜକ ମାନଙ୍କ ଦ୍ୱାରା ହିଁ ପୂଜା କାର୍ଯ୍ୟ ଚାଲିଥିଲା .
କେରାପୁଟ ଜିଲ୍ଲାରେ କ୍ରମଶଃ ସଂକ୍ରମଣ ସଂଖ୍ୟା କମିବା ପରେ ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି .କୋଭିଡ ଗାଇଡଲାଇନ୍ ଅନୁସରଣ କରି ଭକ୍ତ ମାନେ ମନ୍ଦିର ପ୍ରବେଶ କରିବା ସହ ମୁହିଁରେ ମାସ୍କ, ହାତରେ ସାନିଟାଇଜର ଏବଂ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଦ୍ଦେର୍ଶ୍ୟ ରହିଛିି. ଗୁପ୍ତେଶ୍ୱର ପୀଠରେ କୋଭିଡ-୧୯ ଗାଇଡ ଲାଇନ ପାଳନ କରାଯାଉଛି କି ନାହିଁ ତାହା ସ୍ଥାନୀୟ ତହସିଲଦାର ଓ ଆଇଆଇସି ତଦାରଖ କରିବା ପାଇଁ ପତ୍ରରେ ଉଲ୍ଲେଖ ରହିଛି । ଆଜି ମନ୍ଦିର ଖୋଲିବା ପରେ ଆଖପାଖ ଅଚଂଳରୁ ଭକ୍ତ ମାନେ ଗୁପ୍ତେଶ୍ୱର ପୀଠକୁ ଯାଇ ବାବା ଗୁପ୍ତେଶ୍ୱରକୁ ଦର୍ଶନ କରିଥିବାର ଜଣାପଡିଛି ।
