Home ଓଡ଼ିଶା ବିହାରୀ ଚୋରାମଦ ସ୍ଥାନ ଅଧିକାର କରିଛି ବୈପାରିଗୁଡା ବ୍ଲକ, ଏହାର ମୂଳୋତ୍ପାଟନ କେବେ ? by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨ ଫେବ୍ରୁଆରୀ ବୁଧବାର ) ବୈପାରିଗୁଡା :- ଗାଁ ଗହଳି ସହ ଦୁର୍ଗମ ଅଞ୍ଚଳରେ ଘନଘନ ଚଢାଉ ହେଉଛି । ହଜାର ହଜାର ଲିଟର ପୋଚ ଓ ମହୁଲ ମଦ ନଷ୍ଟ ହେଉଛି । ଦେଶୀ ଚୋରା ମଦ ରନ୍ଧନ ସାମଗ୍ରୀ ମଧ୍ୟ ଭଙ୍ଗାରୁଜା କରାଯାଉଛି । କେବଳ ଏହା ଆଜିକାଲି ନୁହେଁ । ଦୀର୍ଘ ବର୍ଷ ଧରି ଚାଲୁ ରହି ଥିଲେ ମଧ୍ୟ ଆଜି ବି ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ସହ ବିହାରୀ ମଦ ଖଲାମେଲାରେ ବିକ୍ରି ଚାଲିଥିବା ବେଳେ ତାହାର ଟେର୍ କେମିତି ପାଇ ପାରୁନି ବୈପାରିଗୁଡା ଅବକାରୀ ଥାନା । ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ସ୍ଥାନୀୟ ଅବକାରୀ କର୍ମଚାରୀ ମାନେ କିଛି ମାସ ହେବ ଚଢାଉକୁ ତୀବ୍ରତର କରିଛନ୍ତି । କାହିଁ ତ ଫଳ ସେତେ ଆଖିଦୃଷ୍ଟିଆ ନୁହେଁ । ଯଦି ହୋଇଥାନ୍ତା ଭୟରେ ତେବେ ରାସ୍ତାଘାଟ, ହାଟ, ସହ ବିଭିନ୍ନ ସ୍ଥାନରେ ବିହାରୀ ମଦ ଏବଂ ରନ୍ଧା ହେଉଥିବା ଦେଶୀମଦର ମୂଳୋତ୍ପାଟନ କାହିଁକି ହୋଇପାରୁନାହିଁ ..? ପ୍ରଭାବହୀନ ଚଢାଉ ଓ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନରେ ଲକ୍ଷ୍ୟହୀନତା ପାଇଁ ଏବେ ବି ବୈପାରିଗୁଡା ବ୍ଲକର ଚୋରାମଦ କାରବାରର ପ୍ରମୁଖ ସ୍ଥାନ ଅଧିକାର କରିଛି । କାହିଁ ତ ଚୋରାରେ ବିହାରୀ ମଦ ବିକ୍ରିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ! ସାଧାରଣରେ ଚଢାଉ ଏକ ନାଟକ ବୋଲି କହିବାକୁ ଲୋକମାନେ ପଛାଉନାହାନ୍ତି । କାରଣ ଦେଶୀମଦ କୁ ଗାଁ ଗହଳି ଯାଇ ଚଢାଉ କରୁଥିବା ବେଳେ ହାଟ ବଜାର ଠାରେ ଖୁଲମ୍ ଖୁଲା ଜନସାଧାରଣଙ୍କ ଉପସ୍ଥିତିରେ ବିକ୍ରି ଚାଲିଥିଲେ ମଧ୍ୟ ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ କାହିଁକି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସିଧାସଳଖ ପ୍ରଶ୍ନ ଉଠୁଥିବାର ଶୁଣିବାକୁ ମିଳେ ! ସେଥିପ୍ରତି ସୁଚିନ୍ତିତ ଯୋଜନା ପ୍ରଣୟନ କଲେ ଅସୁବିଧା ରହିଛି କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । କ’ଣ ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ଚୋରା ବିହାରୀ ମଦ ଓ ଦେଶୀମଦ ରନ୍ଧନକୁ ରୋକିବା ପାଇଁ ଜିରୋ ମିଶନର ପଦକ୍ଷେପ ନେଉନାହାନ୍ତି । ଏଥିରେ ବାଧକ ସୃଷ୍ଟି କରୁଛି କିଏ..? ଏ ସଂକ୍ରାନ୍ତରେ ବୈପାରିଗୁଡା ଅବକାରୀ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଅବକାରୀ ଥାନା ଓଆଇସି ଫୋନ୍ ରିସିଭି ନ କରିବାକୁ ମତାମତ ନିଆଯାଇପାରିନାହିଁ ! Categories: ଓଡ଼ିଶା, କୋରାପୁଟ, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026