ସମ୍ପୂର୍ଣ୍ଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତରାମଣ – ଦେଖନ୍ତୁ କଣ ଶସ୍ତା ଆଉ କଣ ମହଙ୍ଗା

ଦେଖନ୍ତୁ କଣ ଶସ୍ତା ଆଉ କଣ ମହଙ୍ଗା

ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ଭୁବନେଶ୍ୱର :-  ଦେଖନ୍ତୁ କଣ ଶସ୍ତା :- ମୋବାଇଲ ଫୋନ, ଚାର୍ଜର ଶସ୍ତା ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ କପଡ଼ା, ଚମଡ଼ା ସାମଗ୍ରୀ, ଫୋନ୍ ଚାର୍ଜର, ଇମିଟେସନ୍ ଗହଣା ଶସ୍ତା ହେବ । କଟା ଓ ପଲିସ ହୀରା, ମୋତି ଉପରେ ସୀମା ଶୁଳ୍କ ୫ ପ୍ରତିଶତ ହ୍ରାସ କରାଯାଇଛି । ସେହିପରି ଟ୍ରାନ୍ସଫର୍ମର ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ୍‌, ଷ୍ଟିଲ୍ ଓ କୃଷି ସାମଗ୍ରୀ ବି ଶସ୍ତା ହେବ ।

ଦେଖନ୍ତୁ କଣ ମହଙ୍ଗା :- ଛତା,ଏଲ ଇ ଡି ଲାଇଟ,ଅନ ଲାଇନରେ ସାମଗ୍ରୀ ମଗାଇବା

➢ ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ !.
➢ ୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ଆମର ଲକ୍ଷ୍ୟ !.
➢ ୬୦ ଲକ୍ଷ ଚାକିରି ଦିଆଯିବ !.
➢ ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି !.
➢ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ !.
➢ ଏୟାର ଇଣ୍ଡିଆର ବିନିବେଶକୁ ପୂରା କରାଯାଇଛି !.
➢ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି !.
➢ ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡିବ !.
➢ ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବ !.
➢ ଏହାଦ୍ୱାରା ଭିତ୍ତିଭୂମିର ବିକାଶ ହେବ !.
➢ ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି !.
➢ ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ !.
➢ ଗୋଟିଏ ବର୍ଷରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ !.
➢ ଏହାଛଡା ଅତିରିକ୍ତ ୩୦ ଲକ୍ଷ ନିଯୁକ୍ତି କ୍ଷମତା ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି !.
➢ ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ !.
➢ ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବ !.
➢ ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା !.
➢ ୫ ନଦୀଙ୍କୁ ପରସ୍ପର ସହ ଯୋଡାଯିବ !.
➢ ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ !.
➢ ଏମଏସପି ଦରରେ ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ଫସଲ କିଣାଯିବ !.
➢ ରସାୟନ ମୁକ୍ତ ଚାଷକୁ ପୋତ୍ସାହନ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ !.
➢ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ !.
➢ ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂୟ !.
➢ ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ !.
➢ ୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ !.
➢ ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି !.
➢ ଏଥିପାଇଁ ୨୩ଟି ଟେଲି ମାନସିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବ !.
➢ ଜାତୀୟ ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ !.
➢ ଉତ୍ତରପୂର୍ବାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି !.
➢ ୩.୮ କୋଟି ପରିବାର ପାଖରେ ପହଞ୍ଚିବ ସୁବିଧା, ଖର୍ଚ୍ଚ ହେବ ୬୦ ହଜାର କୋଟି !.
➢ ହର ଘର ନଳ ଯୋଜନାର ବିସ୍ତାର ହେବ !.
➢ ଏଥିପାଇଁ ୪୮ ହଜାର କୋଟି ଦିଆଯିବ !.
➢ ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ !.
➢ ମହିଳା ଶକ୍ତି ପାଇଁ ୩ ନୂଆ ଯୋଜନା ପ୍ରସ୍ତୁତ !.
➢ ୫୦ ବର୍ଷ ପାଇଁ ବିନା ସୁଧରେ ରାଜ୍ୟକୁ ଋଣ ସୁବିଧା !.
➢ ରାଜ୍ୟ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ !.
➢ ଏହା ଭାରତୀୟ ଅର୍ଥନୀତିକୁ ଯଥେଷ୍ଟ ଆଗକୁ ନେବ !.
➢ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହେବ ଡିଜିଟାଲ କରେନ୍ସି ସେବା !.
➢ ଆସିବ ଡିଜିଟାଲ କରେନ୍ସି !.
➢ ଏହାଦ୍ୱାରା ଚାଷୀ ଓ ବରିଷ୍ଠ ନାଗରିକଙ୍କୁ ସୁବିଧା ମିଳିବ !.
➢ ଅନଲାଇନ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ, ଅନଲାଇନ କାରବାର ସୁବିଧା ମିଳିବ !.
➢ ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା !.
➢ ୫-ଜି ଲଞ୍ଚ ପାଇଁ ସ୍ମିମ ଅଣାଯିବ । ଚଳିତ ବର୍ଷରୁ ହିଁ ୫-ଜି ସେବା ଆରମ୍ଭ ହେବ !.
➢ ଚଳିତ ବର୍ଷରୁ ଇ-ପାର୍ସପୋର୍ଟ ଜାରି କରାଯିବ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ସୁବିଧା ମିଳିବ !.
➢ ଦିବ୍ୟାଙ୍ଗ ପାଇଁ କୋହଳ ହେଲା ଟିକସ !.
➢ କ୍ରିପଟୋ କରେନ୍ସି ଆୟ ଉପରେ ୩୦% ଟିକସ !.
➢ କର୍ମଚାରୀଙ୍କ ପେନସନରେ ଟ୍ୟାକ୍ସ ଛାଡ ଘୋଷଣା !.
➢ ଏନପିଏସରେ କେନ୍ଦ୍ର ଓ ରାଜ୍ୟର ଯୋଗଦାନ ୧୪%କୁ ବୃଦ୍ଧି !.
➢ ଆୟକର ରିଟର୍ଣ୍ଣ ତ୍ରୁଟି ସୁଧାରିବାକୁ ମିଳିବ ସୁଯୋଗ, ୨ ବର୍ଷର ମିଳିବ ମହଲତ !.
➢ ଟ୍ୟାକ୍ସ ବ୍ୟବସ୍ଥାରେ ସୁଧାର ପାଇଁ ନୂଆ ବ୍ୟବସ୍ଥା !.
➢ କର୍ପୋରେଟ ଟିକସ ସୀମା ୧୦ କୋଟିକୁ ବୃଦ୍ଧି !.
➢ କର୍ପୋରେଟ ଟିକସ ଉପରେ ହ୍ରାସ ହେଲା ସରଚାର୍ଜ, ୭%କୁ ଖସିଲା !.
➢ ୧୮%ରୁ କମି ୧୫% ହେଲା ଟିକସ ହାର !.
➢ କମିଲା କର୍ପୋରେଟ ଟିକସ ହାର !.
➢ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ ନାହିଁ କୌଣସି ପରିବର୍ତ୍ତନ !.
➢ ଆୟକର ଛାଡ ସୀମା ଅପରିବର୍ତ୍ତିତ !.
➢ ପ୍ରତି ଗାଁରେ ପହଞ୍ଚିବ ଅପ୍ଟିକାଲ ଫାଇବର, ଭାରତ ନେଟ ପ୍ରୋଜେକ୍ଟ ଜରିଆରେ ପହଞ୍ଚାଯିବ । ୨୦୨୫ ସୁଦ୍ଧା ଏହା ସମସ୍ତ ଗାଁରେ ପହଞ୍ଚିବ !.
➢ ୫-ଜି ସେବା ପାଇଁ ସ୍ପେକ୍ଟ୍ରମ ନିଲାମୀ ଚଳିତବର୍ଷରୁ ହିଁ କରାଯିବ !.
➢ ଜାନୁଆରୀ ମାସରେ ଜିଏସଟି ଆଦାୟ ରେକର୍ଡ କରିଛି । ୧,୪୦,୯୮୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି !.

Exit mobile version