୯୧ ଟଙ୍କା କମିଲା ଗ୍ୟାସ୍ ସିଲିଣ୍ଡର ଦର : ବଜେଟ୍ ପୂର୍ବରୁ ଉପଭୋକ୍ତାଙ୍କୁ ଆଶ୍ୱସ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ଦିଲ୍ଲୀ :- ବଜେଟ୍ ଘୋଷଣା ପୂର୍ବରୁ କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍ । ବଜେଟ୍ ଉପସ୍ଥାପନ ହେବାର ଠିକ୍ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ତୈଳ କମ୍ପାନୀମାନେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ଦାମ୍‌କୁ ହ୍ରାସ କରିଛନ୍ତି । ମିଳିଥିବା ସୂଚନା ମୁତାବକ ୧୯ କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ଦରରେ ୯୧.୫୭ ଟଙ୍କା ହ୍ରାସ ପାଇଛି । ତେବେ ଏହି ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସର ଦର ବର୍ତ୍ତମାନ ୧୯୦୭ ଟଙ୍କା ଅଛି । ଦାମ୍ କମିବା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ୍‌ର ଗ୍ୟାସ୍ ସିଲିଣ୍ଡରର ଦାମ୍ ୧୯୦୭ ଟଙ୍କା ହୋଇଛି।

ସୂଚନାଯୋଗ୍ୟ ଯେ ଚଳିତ ମାସରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ତୈଳ କମ୍ପାନୀଗୁଡ଼ିକ ଫେବ୍ରୁଆରୀ ମାସ ପାଇଁ ଘରୋଇ ଗ୍ୟାସ୍‌ର ଦାମ୍ ଜାରି କରି ଦେଇଛନ୍ତି। ବିନା ସବ୍‌ସିଡିଯୁକ୍ତ ସିଲିଣ୍ଡରର ଦାମ୍‌ରେ ଏଥରକ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ଦାମ୍ ୮୯୯.୫୦ ଟଙ୍କା ରହିଛି। ସେହିପରି କୋଲକାତାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୨୬ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୯୯.୫୦ ଟଙ୍କା ଓ ଚେନ୍ନାଇରେ ଏବେ ୯୧୫.୫୦ ଟଙ୍କା ରହିଛି ।

କେମିତି ଚେକ୍ କରିବେ ଏଲ୍‌ପିଜି ଦର, ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ଚେକ୍ କରିବା ପାଇଁ ଆପଣଙ୍କୁ ସରକାରୀ ତେଲ କମ୍ପାନୀ ଆଇଓସିର ୱେବ୍‌ସାଇଟ୍‌କୁ ଯିବାକୁ ହେବ। ଏଠାରେ ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ନୂଆ ଦାମ୍ ଜାରି କରିଥାନ୍ତି । ଆପଣଙ୍କୁ ଏଠାରେ ଇଣ୍ଡିଆନ୍ ଅଏଲ୍‌ର ଲିଙ୍କ୍ https://iocl.com/Products/IndaneGas.aspx କୁ କ୍ଲିକ୍ କରିବାକୁ ହେବ। ଏଠାରେ ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ଦାମ୍ ଚେକ୍ କରିପାରିବେ।

Exit mobile version