ପୋଲିସ ଫ୍ଲାଗ ମାର୍ଚ୍ଚ କରି ଅସାମାଜିକ ଲୋକମାନଙ୍କୁ ଦେଲା ଚେତାବନୀ – ସାଧାରଣ ଲୋକଙ୍କୁ ଦେଲେ ଭରସା

ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ଚାନ୍ଦପୁର :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ଚାଲିଛି ତିନି ଦଳରେ ମୁଁହାମୁହିଁ ଲଢେଇ । ଆସନ୍ତା ପଞ୍ଚାୟତ ସ୍ତରରେ ହେବାକୁ ଯାଉଥିବା ନିର୍ବାଚନ କୁ କଡାକଡି କରିଛି ପ୍ରଶାସନ । ବିଭିନ୍ନ ଦଳର ଭିନ୍ନ ଭିନ୍ନ ପ୍ରାର୍ଥୀ ଭୋଟ ଭିକ୍ଷା କରିବାକୁ ବାହାରିଛନ୍ତି । ଲୋକଙ୍କ ଠାରୁ ଭୋଟ ଖଣ୍ଡେ ପାଇବା ପାଇଁ ଟଙ୍କା ବାଣ୍ଟୁଥିବା ନେତା ଓ ଶତ୍ରୁତା କୁ ଆଧାର କରି ମାର୍ ପିଟ ହେଉଥିବା ପ୍ରାର୍ଥୀ ଙ୍କୁ ସଜାଗ କରାଇଛି ପୋଲିସ । ତେବେ ରଣପୁର ବ୍ଲକ ଚାନ୍ଦପୁର ଜୋନ ର ପଞ୍ଚାୟତ ଗୁଡିକରେ ଆଜି ଠାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛି ପୋଲିସ ପ୍ରଶାସନ ।

ଚାନ୍ଦପୁର ଥାନା , କନ୍ଧନୟାଗଡ଼ , ଓସ୍ତପଡା ,ଜଙ୍କିଆ ଓ ଚାନ୍ଦପୁର ଥାନାର ପୋଲିସ ଷ୍ଟାଫ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ । ୧୧ ଟି ପଞ୍ଚାୟତ ରେ ୧୫ ଦିନ ପାଇଁ ୧୦୨ ଟି ୱାରେଣ୍ଟ ଜାରି କଲା ଚାନ୍ଦପୁର ପୋଲିସ ,ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି । ସାମନ୍ୟ ଗଣ୍ଡଗୋଳ ଓ ଅସାମାଜିକ ଲୋକଙ୍କ ପାଇଁ ୱାରେଣ୍ଟ ଜାରି କରି ପଞ୍ଚାୟତ ଗୁଡିକରେ ବୁଲିଛନ୍ତି ପୋଲିସ ଷ୍ଟାଫ । ନିର୍ବାଚନ ର ହଟଗୋଳ କୁ ରୋକିବା ପାଇଁ ଫ୍ରେବୃଆରୀ ୧୮ ପର୍ଯ୍ୟନ୍ତ ୱାରେଣ୍ଟ ଜାରି କରାଯାଇଥିବା ବେଳେ ତିଳେ ମାତ୍ର ଅମାନୁଷିକ କାର୍ଯ୍ୟ ଦୃଷ୍ଟି ଗୋଚର ହେଲେ ଗିରଫ କରିବାର ଦାୟିତ୍ୱ ନେଇଛି ପୋଲିସ ।

ଜିଲ୍ଲା ପ୍ରଶାସନ ଏସପି , ଏସଡିପିଓ ଙ୍କ ତତ୍ୱବଧାନରେ ଅସମାଜିକ ବ୍ୟକ୍ତି ଙ୍କୁ ଏହି ଚେତାବନୀ ଦିଆଯାଇଛି । ଦେୟ ମୁକ୍ତ ନିର୍ବାଚନ ହେବା ସହ ସାଧାରଣ ନିର୍ବାଚନ ଭଳି ଉପଯୁକ୍ତ ପ୍ରାର୍ଥୀ ଙ୍କୁ ଚୟନ କରି ନିରପେକ୍ଷ ଭାବେ ଭୋଟ ପ୍ରଦାନ କରିବେ ନାଗରିକ । ଚଳିତ ବର୍ଷ ନିରପେକ୍ଷ ନିର୍ବାଚନ ହେବା ସଙ୍ଗେ ସଙ୍ଗେ ଦେୟ ମୁକ୍ତ କରି ଅପରାଧମୂଳକ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚାନ୍ଦପୁର ଜୋନ ରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ।

Exit mobile version