ଦେୟମୁକ୍ତ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ଓଡ଼ଗାଁ :- ଉତ୍ତେଜନା ପ୍ରବଣ ବୁଥ ଅଞ୍ଚଳରେ ପୁଲିସ ପହରା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଓଡ଼ଗାଁ ବ୍ଲକରେ ଆସନ୍ତା ଫେବୃଆରୀ ୧୬ ତାରିଖ ଦିନ ଭୋଟଗ୍ରହଣ ହେବ । ମୋଟ ୧ଲକ୍ଷ ୩୫ହଜାର ୩ଜଣ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ନୟାଗଡ଼ ନିର୍ବାଚନମଣ୍ଡଳୀର ଓଡ଼ଗାଁ ବ୍ଲକର ୧୮ଗୋଟି ପଞ୍ଚାୟତରେ ମୋଟ ୨୮୯ ବୁଥ ମଧ୍ୟରୁ ୭୯ ବୁଥ ଉତ୍ତେଜନାପୂର୍ଣ୍ଣ ଏବଂ ୬୨ ଅତିଉତ୍ତେଜନାପୂର୍ଣ୍ଣ ବୁଥ ଚିହ୍ନଟ ହୋଇଛି । ମାଇକ୍ରୋ ଅଵଜବର କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ଆବଶ୍ୟକସ୍ଥଳେ ସେଠାରେ ୱେବ କାଷ୍ଟ କିମ୍ୱା ସିସିଟିଭି ଲଗାଯିବ ବୋଲି ଜଣାପଡିଛି ।

ଏହି ପରିପ୍ରେକ୍ଷୀରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିତି ପରଖିଛନ୍ତି ଓଡ଼ଗାଁ ଆଦର୍ଶଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ । ସେହିପରି ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିବା ସହ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଦୁଇ ପ୍ଲାଟୁନ ଫୋର୍ସ ସର୍ବଦା ସଜାଗ ରହିଛନ୍ତି । ଆଜି ଥାନାଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୧୮ଗୋଟି ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି ।

ଶାନ୍ତିପୂର୍ଣ୍ଣ ଓ ଅବାଧ ମତଦାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା ସରିଛି । ଭୋଟରମାନେ ନିର୍ଭୟରେ ଯାଇ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ ପାଇଁ ଭୋଟ ଦେବା ଉଚିତ ବୋଲି ବିଡ଼ିଓ ସ୍ୱାତିଲେଖା ଦାସ କହିଛନ୍ତି । ଆଜି ଓଡ଼ଗାଁ ବ୍ଲକରେ ଭୋଟ ବାକ୍ସ ପହଞ୍ଚିଥିବା ଜଣାପଡିଛି । ଭୋଟଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ଭୋଟବାକ୍ସ ଯୋଗାଇ ଦିଆଯିବ ।

Exit mobile version