ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଜେଡ଼ିର ଦାୟିତ୍ଵ ଡ. ତିରୁପତି ପାଣିଗ୍ରାହୀ ମଙ୍ଗ ଧରିବା ପରେ ବିଜେଡ଼ି ଦଳର ଦବ ଦବା ବଢ଼ିଛି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ଦଳକୁ ବୁଥ ରେ ଏ ଜେଣ୍ଟ ମିଳିନଥିବା ବେଳେ ବର୍ତ୍ତମାନ ହାଇଟେକ୍ ଗ୍ରୁପର ଅଧକ୍ଷ ଡ.ତିରୁପତି ପାଣିଗ୍ରାହୀ ଙ୍କୁ ପାରଳାଖେମୁଣ୍ଡି ବିଜେଡ଼ି ଦଳର ବିଜେଡ଼ି ଦଳର ରାଜ୍ୟସ୍ତରୀୟ ଦଳୀୟ କର୍ତୁପକ୍ଷ ଦାୟିତ୍ଵ ଦେବାପରେ ସେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ପାରଳାଖେମୁଣ୍ଡି ବିଜେପି ବିଧାୟକ କେ. ନାରାୟଣ ରାଓଙ୍କ ଦୁର୍ଗ ରେ ପସି ବିଜେପି ର ଦୁର୍ଗକୁ ଭାଙ୍ଗି ଛିନ୍ ଛତ୍ର କରି ଦେଇଥିବା ଦେଖିବାକୁ ମିଳିଛି l ବିଜେପି ବିଧାୟକ କେ. ନାରାୟଣ ରାଓ ଙ୍କ ଗଡରେ ପସି ବିଭିନ୍ନ ପଞ୍ଚାୟତ ରେ ସରପଞ୍ଚ ସମିତି ସଭ୍ୟ ଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରିବାରେ ମଧ୍ୟ ସଫଳ ହୋଇଛନ୍ତି l

ଡ. ତିରୁପତି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବିଜେଡ଼ି ର ସମସ୍ତ ନେତା କର୍ମକର୍ତା ନିଜ ନିଜ ମଧ୍ୟରେ ଭେଦ ଭାବ ଭୁଲି ଏକତ୍ରିତ ହୋଇ ବିଭିନ୍ନ ପଞ୍ଚାୟତରେ ଦଳୀୟ ପର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର ଚଳାଇ ଥିବା ଦେଖିବାକୁ ମିଳିଛି l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କଂଗ୍ରେସ ଦଳର ଅବସ୍ଥା ଅତି ଦୟନୀୟ ଅବସ୍ଥାରେ ପହଁଚିଛି l ବିନା ନେତୃତ୍ୱରେ କଂଗ୍ରେସ ଦଳ ଲଢ଼ୁ ଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେଡ଼ି ଏବଂ ବିଜେପି ମଧ୍ୟରେ ପ୍ରତିଦ୍ଵନ୍ଦୀତା ଚାଲିଛି l ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ତିନୋଟି ବ୍ଲକ ରହିଛି l ତିନୋଟି ବ୍ଲକରୁ କାଶୀନଗର ଓ ଗୋଷାଣୀ ବ୍ଲକରେ ବିଜେପି ଦଳର ବ୍ଲକ ଅଧକ୍ଷ ରହିଥିବା ବେଳେ ଗୁମ୍ମା ବ୍ଲକରେ କଂଗ୍ରେସ ଦଳର ବ୍ଲକ ଅଧକ୍ଷ ରହିଛନ୍ତି l

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ନା ବିଜେଡ଼ିର ଦଳ ର ବିଧାୟକ ଅଛନ୍ତି ନା ତିନୋଟି ବ୍ଲକରେ ଚେୟାରମେନ ଅଛନ୍ତି l ଗତ ବିଧାନ ସଭା ନିର୍ବାଚନ ପରଠାରୁ ଗଜପତି ଜିଲ୍ଲାରେ ବିଜେଡି ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ନେତା କର୍ମୀମାନେ ଭାଙ୍ଗି ପଡିଥିବା ବେଳେ ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲାର ବିଜେଡ଼ି ର ମଙ୍ଗ ଧରିଛନ୍ତି ହାଇଟେକ୍ ଗୃପର ଅଧକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ l ଡ. ତିରୁପତି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବର୍ତ୍ତମାନ ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ଅଧୀନ ରେ ଥିବା ସମସ୍ତ ପଞ୍ଚାୟତ ସମିତି ପାଇଁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ଜିଲ୍ଲାପରିଷଦ ପାଇଁ ନିର୍ବାଚନ ପ୍ରଚାର ଚାଲିଛି l ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପ୍ରଚାରରେ ବିଜେଡ଼ି ଆଗରେ ରହିଛି l

Exit mobile version