ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତ ନିର୍ବାଚନ ସରଗରମ ଯୋର୍ ଧରିଛି । ଇତି ମଧ୍ୟରେ ପ୍ରାର୍ଥି ପ୍ରାର୍ଥିନୀଙ୍କୁ ନିଜ ନିଜର ଚିହ୍ନ ମିଳିସାରିଛି । ଏହି ପଞ୍ଚାୟତରେ ସମୁଦାୟ ୭ଗୋଟି ଗ୍ରାମର ୧୧ ଗୋଟି ୱାର୍ଡ ରହିଥିବାବେଳେ ମୋଟ ଭୋଟର ସଂଖ୍ୟା ୪୭୯୦ ରହିଛି । ଏଥି ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୪୧୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୨୩୭୮ ରହିଛି । ଏହି ପଞ୍ଚାୟତରେ କେରାଣ୍ଡି, ଦେବୀତି, ଢାମୁଣୀଗାଁ, ବି.ସୀତାପୁର, ଅମରା, ଡାଳିମ୍ବପୁର ଓ ନୂଆ କେରାଣ୍ଡି ୭ଗୋଟି ଗ୍ରାମ ରହିଛି । ଏହି ୭ଗୋଟି ଗ୍ରାମ ବାସିନ୍ଦା ମାନେ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତ ନୂତନ ପ୍ରାର୍ଥି ଚୟନ କରିବା ସକାଶେ ଆଗ୍ରହ ଥିବା ବେଳେ ୧୧ଗୋଟି ୱାର୍ଡରେ ବର୍ତ୍ତମାନ ୧୦ଜଣ ୱାର୍ଡ ମେମ୍ବର ନାମାଙ୍କନ ଦାଖଲ କରିଛନ୍ତି । ଆଉ ଗୋଟିଏ ୱାର୍ଡ ପାଇଁ କେହି ପ୍ରାର୍ଥି ନାମାଙ୍କନ ଦାଖଲ କରିନାହାନ୍ତି । ପଞ୍ଚାୟତର ସମିତି ସଭ୍ୟ ପାଇଁ ୫ଜଣ ନାମାଙ୍କନ ଦାଖଲ କରିଛନ୍ତି ।ସେହିପରି ସରପଞ୍ଚ ପ୍ରାର୍ଥି ପାଇଁ ୯ଜଣ ନାମାନଙ୍କ ଦାଖଲ କରିଥିଲେ । ଏହି ସମସ୍ତ ପ୍ରାର୍ଥିଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ପରେ କାଏମ ରହିଥିବା ନାମାନଙ୍କ ପ୍ରାର୍ଥିମାନଙ୍କୁ ଚିହ୍ନ ମିଳିସାରିଛି ।
ସମିତି ସଭ୍ୟ ସକାଶେ ବି.ସୀତାପୁର ଗ୍ରାମର ଜାନି ଯୋଗେନ୍ଦ୍ର କେଟେଲ ଚିହ୍ନରେ, କେରାଣ୍ଡି ଗ୍ରାମର ଡି.ଧର୍ମାରାଓ ଷ୍ଟୁଲ ଚିହ୍ନରେ, ନୂଆକେରାଣ୍ଡି ଗ୍ରାମର ପ୍ରଶାନ୍ତ ପାତ୍ର ବସ୍ ଚିହ୍ନ, ବି.ସୀତାପୁର ଗ୍ରାମର ମହେନ୍ଦ୍ର ବରାଡ ତାଲା ଓ ଚାବିକାଠି ଚିହ୍ନରେ ଓ ବି.ସୀତାପୁରର ସୁବ୍ରତ କୁମାର ପଣ୍ଡା ଚଷମା ଚିହ୍ନରେ ଏହି ୫ ପ୍ରମୁଖ ପ୍ରାର୍ଥି ସମିତି ସଭ୍ୟପାଇଁ ଯୋରଦାର ନିଜର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିବାର ଜଣାପଡିଛି । ସରପଞ୍ଚ ପାଇଁ ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ରାମସାଗର ଛକର ଚତୁର୍ଭୁଜ ପ୍ରଧାନ ଛତା ଚିହ୍ନରେ, ଦେବିତୀ ଗ୍ରାମର ଏନ. ଗଣେଶ ଲଙ୍ଗଳ ଚିହ୍ନ, କେରାଣ୍ଡି ଗ୍ରାମର ପ୍ରଶାନ୍ତ ପାଳ ନିଷୁଣି ଚିହ୍ନ, ଢାମୁଣୀଗାଁର ଏ.ଦଣ୍ଡ ପାଣି ଖୋଲାବହି ଚିହ୍ନ, ରାମସାଗର ଛକର କେ.ଜଗଦୀଶ ମାଛ ଚିହ୍ନ, କେରାଣ୍ଡି ଗ୍ରାମର ଗୌରାଙ୍ଗ ପ୍ରଧାନ ସୂର୍ଯ୍ୟ ଚିହ୍ନ, କେରାଣ୍ଡି ଗ୍ରାମର ସନ୍ତୋଷ କୁମାର ସାମଲ ବରଗଛ ଚିହ୍ନ, ଅମରା ଗ୍ରାମର ସୁନୀଲ ମହାପାତ୍ର ମୋଟର ଗାଡି ଚିହ୍ନ, କେରାଣ୍ଡି ଗ୍ରାମର ଏସ୍.ଲକ୍ଷ୍ମୀ ନାରାୟଣ ଲଣ୍ଠନ ଚିହ୍ନ ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନ ଲଢେଇରେ ସାମିଲ ହୋଇଛନ୍ତି । ଯିଏ ଯାହାର ପ୍ରଚାର ଦୌଡ ଜାରି ରଖିଥିବାବେଳେ ସମଗ୍ର ପଞ୍ଚାୟତରେ ନିର୍ବାଚନ ସରଗରମ ବଢିଯାଇଛି ।
