ଓଡ଼ିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖାର କର୍ମକର୍ତ୍ତା ଚୟନ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) କଳାହାଣ୍ଡି :- ଭବାନୀପାଟଣାସ୍ଥିତ ନିୟୁ ଷ୍ଟାର ସିନେପ୍ଲେକ୍ସ ପରିସରରେ ଓଜେୟୁ ସହ କଳାହାଣ୍ଡି ଶାଖାର ଏକ ସାଧାରଣ ବୈଠକ ଓ କର୍ମକର୍ତା ଚୟନ ଶୁକ୍ରବାର ଦିନ ସଂଘର ସଭାପତି ନିରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପୁଣିଥରେ ନିରୋଜ କୁମାର ପଟ୍ଟନାୟକଙ୍କୁ ମନୋନୀତ କରିଥିବା ବେଳେ ଉପସଭାପତି ଭାବେ ତୁମେଶ୍ୱର ସାହୁ ,ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମଣ ସ୍ୱାଇଁ ,ସହସମ୍ପାଦକ ଭାବେ ସନ୍ତୋଷ କୁମାର ସିଂ, ବରୋଦା ପ୍ରସନ୍ନ ନାୟକ, ସଞ୍ଜିବ ଦାସ, ପ୍ରଦୀପ ସାହୁ ସମେତ କୋଷାଧ୍ୟକ୍ଷ ଭାବେ ଅଭିରାମ ପ୍ରସାଦ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାହୁ, ସଞ୍ଜୟ ବେହେରା, ପ୍ରଦୀପ କୁମାର ଗଉଡ, ନରେନ୍ଦ୍ର କୁମାର ଦାଶ, ବିଶ୍ଵଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ରଖିଥିଲେ । ନୂତନ କର୍ମକର୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଉକ୍ତ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାପତି ଉପସଭାପତି ଓ ସାଧାରଣ ସମ୍ପାଦକ ଆଲୋଚନା କରିଥିଲେ । ବର୍ଷ ପ୍ରାରମ୍ଭରେ ବନ୍ଧୁ ମିଳନ ସହ ଜାତୀୟ ପ୍ରେସ ଦିବସ ଓ ବାର୍ଷିକ ସମାବେଶ ଆୟୋଜନ ପାଇଁ ବୈଠକରେ ପୂର୍ଣ୍ଣ ବହୁମତ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ନୂତନ ସଦସ୍ୟତା ଓ ବ୍ଳକ କମିଟି ଉପରେ ଆଲୋଚନା ହୋଇଥିଲା ।

Exit mobile version