ନୟାଗଡ଼ ଜିଲ୍ଲାରେ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ : ୧ଟି ପୈାର ପରିଷଦ ଅଧ୍ୟକ୍ଷ ପାଇଁ – ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି

ନୟାଗଡ଼ ଜିଲ୍ଲାରେ ମହିଳାଙ୍କ ପାଇଁ ପୈାର ଆସନ

ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଏବଂ ୧ଟି ପୈାର ପରିଷଦ ଅଧ୍ୟକ୍ଷ ପାଇଁ ଆଜି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଚିଠା ସଂରକ୍ଷଣରେ ଏବଂ ଚୂଡ଼ାନ୍ତ ତାଲିକା ସମାନ ରହିଥିବା ଜଣାଯାଇଛି ।

ନୟାଗଡ଼ ପୈାର ପରିଷଦ, ଖଣ୍ଡପଡ଼ା ଓ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାଯାଇଛି । ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି ।

Exit mobile version