Home ଓଡ଼ିଶା ବାଲିଗୁଡ଼ାରେ ଚୋର ଆତଙ୍କ: ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରୀ : କଡା ପାଟ୍ରୋଲିଂ ପାଇଁ ଦାବୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଟାଉନରେ ଚୋର ଆତଙ୍କ । ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରୀ ଅଭିଯୋଗ । ଶନିବାର ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାଣା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତନୁ କୁମାର ଦଣ୍ଡସେନା ନାମକ ଜଣେ ଯୁବକଙ୍କ ଜନସେବା କେନ୍ଦ୍ରରୁ କମ୍ପ୍ୟୁଟର ଟେବୁଲ୍ ସମେତ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର ଓ କିଛି ଟଙ୍କା ଦୁର୍ବୃତ୍ତ ଚୋରୀ କରିନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଦିନକୁ ଦିନ ସହରରେ ଛୋଟ ବଡ଼ ଚୋରି ବଢୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମହଲରୁ ପ୍ରବଳ ଦାବୀ ହେଉଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026