ରାୟଗଡ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟାଳୟ ଉଦ୍ଘାଟିତ…

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର) ରାୟଗଡ :- ସାରା ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଈଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ଗଜପତି ଜିଲ୍ଲା ମହନା ନିର୍ବାଚନ ମଣ୍ଡଳୀ ର ରାୟଗଡ ବ୍ଲକ କଂଗ୍ରେସ ର ତତ୍ପରତା ଦେଖାଇଛି । ରବିବାର ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାୟଗଡ଼ ଠାରେ କରାଯାଇଥିବା କଂଗ୍ରେସ କମିଟି କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଗମାଙ୍ଗ କର୍ମୀ ମାନଙ୍କୁ ଲୋକଙ୍କର ନିକଟତର ହୋଇ ରାୟଗଡ଼ ଜିଲ୍ଲାପରିଷଦର ୧୩ ନଂ ଯୋନର କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ମାହେଶ୍ୱରୀଦେବୀ(ପିଙ୍କି) ଙ୍କ ନିମନ୍ତେ ଭୋଟ ଭିକ୍ଷା କରିବାର ଗୁରୁମନ୍ତ୍ର ଦେଇଛନ୍ତି ।

ବିଧାୟକ କହିଛନ୍ତି ଲୋକେ କାଗ୍ରେସ ଦଳକୁ ଚାହୁଛନ୍ତି ତେଣୁ ରାୟଗଡ଼ ବ୍ଲକର ଦୁଇଗୋଟି ଜୁନ ର ଜିଲ୍ଲା ପରିଷଦ କୁ ଜୟଯୁକ୍ତ କରାଇବା ର ଆବଶ୍ୟକ ରହିଛି ବୋଲି କହିଛନ୍ତି ଏହା ସହ କର୍ମୀ ମାନେ ମଧ୍ୟ ଉତ୍ସାହର ସହ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି l

ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ କଂଗ୍ରେସ ସଭାପତି ଲବ ଶବର ଉପସଭାପତି ମଫିଏଲ୍ ସ୍ୱାଲସିଂ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ କୁମାର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ବିବେକା ନନ୍ଦ ଶବର ବିନାୟକ ଭୂୟାଁ ଜିବିଶୀୟ ସ୍ୱାଲସିଂ ସୁବି ଚିଞ୍ଚାଣୀ ମୂର୍ସୂତା ମଣ୍ଡଳ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାମ ପ୍ରସାଦ ମହାନ୍ତି ଙ୍କ ସହିତ ଅନେକ କାର୍ମି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି

Exit mobile version