ପଞ୍ଚପାଇକ ପ୍ରତିମୂର୍ତ୍ତି ସ୍ଥଳ ବୀର ଭୂମିରେ ଉଡିଲା ତ୍ରିରଙ୍ଗା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରୀ ଶନିବାର ) ଖୋର୍ଦ୍ଧା- ଜଟଣୀ :- ଭାରତର ସ୍ୱାଧୀନତା ସଂଗ୍ରାମକୁ ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ, ମାଧବ ଚନ୍ଦ୍ର ରାଉତରାୟ, ପିଣ୍ଡିକୀ ବାହୁବଳେନ୍ଦ୍ର, କୃତିବାସ ପାଟଶାଣୀଙ୍କ ଅବଦାନ ଇତିହାସରେ ସ୍ୱର୍ଣ ଅକ୍ଷରରେ ଲିପିବଧ ହୋଇରହିଛି. ସ୍ୱାଧୀନତା ପାଇଁ ସେମାନଙ୍କ ତ୍ୟାଗ ଓ ବଳିଦାନର ପଟାନ୍ତର ନାହିଁ. ସେହି ମହାନ ଦେଶ ପ୍ରେମୀ ମାନଙ୍କୁ ଆଜି ଜାତୀୟ ପତକା ତଳେ ଠିଆହୋଇ ସତ କୋଟି ପ୍ରଣାମ ଜଣାଉଛି ବୋଲି ପଞ୍ଚପାଇକ ପ୍ରତିମୃତ୍ତି ସ୍ଥଳ ବୀର ଭୂମି ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶା ପାଇକ ଏକାଡେମି ଓ ନିଉଥିଙ୍କିଙ୍ଗ ଫୋରମ ପକ୍ଷରୁ ଆୟୋଜିତ ଉତ୍ସବରେ ପତାକା ଉତୋଳନ କରି ଓଡିଶା ପାଇକ ଏକାଡେମୀ ସଭାପତି ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି.

ସେ କହିଛନ୍ତି ଏ ମାଟିରେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବୀର ପୁଙ୍ଗମ ମାନଙ୍କର ସଂଗ୍ରାମ କେବେ ବ୍ୟର୍ଥ ଯିବନାହିଁ. ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଗୋଷଣା, ଓଡିଶା ପାଇକ ରେଜିମେଣ୍ଟ ଗଠନ, ଖୋର୍ଦ୍ଧା ଗଡ଼ର ବିକାଶ, ମହାମହିମ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ଜାଗାକୁ ବିନା ମୂଲ୍ୟରେ ହସ୍ତାନ୍ତର ପାଇଁ ଆମର ସଂଗ୍ରାମ ଜାରି ରହିବ. ଏଥିରେ ବକ୍ତବ୍ୟ ପ୍ରଦାନକରି ନିଉଥିଙ୍କିଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି କହିଥିଲେ ଯେ’ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆମର ନ୍ୟାର୍ଯ୍ୟ ଦାବୀ ପୂରଣ ନ’କଲେ ଆମେ ସଂଗ୍ରାମ ଜାରି ରଖିବୁ. ଅନ୍ୟ ମାନଙ୍କ ମଧ୍ୟ୍ୟରେ ବରିଷ୍ଠ ଆଇନଜୀବୀ ଶିଶିର ପରିଡା, ଅବନୀ ଜେନା, ମହମଦ କେଫାତୁଲା, ବୃନ୍ଦାବନ ପଣ୍ଡା, ଡାକ୍ତର ଅମୀୟ ଜେନାମଣି,ପ୍ରଭୁତି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ.

Exit mobile version