ଚାଇଲ୍‌ଡ ଆଣ୍ଡ ଉଇମେନ୍‌ ଡେଭଲପ୍‌ମେଣ୍ଟ ସୋସାଇଟିର ଲୋଗୋ ଉନ୍ମୋଚିତ ନିଜକୁ ଅନ୍ୟ ଭିତରେ ଅନୁଭବିବା ହିଁ ଆଧ୍ୟାତ୍ମିକତା : ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ଅଂଶବିଶେଷ ଏବଂ ଏହି ଚେତନାର ବ୍ୟାପକ ପ୍ରସାର ହେବା ଦରକାର । ନିଜକୁ ଅନ୍ୟ ଭିତରେ ଅନୁଭବ କରିବା ହିଁ ଆଧ୍ୟାତ୍ମିକତା । ଅନ୍ୟର ସେବାରେ ଯେଉଁ ଆନନ୍ଦ ମିଳେ ତା’ର ବିକଳ୍ପ ନାହିଁ । ଜନତାର ସେବା ହିଁ ଜଗନ୍ନାଥଙ୍କ ସେବା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ରାଜଭବନରେ ଚାଇଲ୍‌ଡ ଆଣ୍ଡ ଉଇମେନ୍‌ ଡେଭଲପ୍‌ମେଣ୍ଟ ସୋସାଇଟିର ଲୋଗୋକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଲୋକସେବାକୁ ଈଶ୍ୱରଙ୍କ ଶ୍ରେଷ୍ଠ ଅର୍ଚ୍ଚନା ଭାବରେ ଅଭିହିତ କରିଥିଲେ ।

ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗଙ୍କ ଉନ୍ନତିକଳ୍ପେ ସମର୍ପିତ ପ୍ରୋଜେକଫ ଦେବଦତ୍ତକୁ ଲୋକାର୍ପଣ କରି ରାଜ୍ୟପାଳ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ମୁଖ୍ୟ ପ୍ରଫେସର କଳ୍ପନା ଦାସ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ରାଜଭବନର ଅଧିକାରୀଙ୍କ ସମେତ ଅନୁଷ୍ଠାନର ସେ୍ୱଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

 

Exit mobile version