ଭୁବନେଶ୍ୱର ରେ ପୁଣି ହତ୍ୟା

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ଭୁବନେଶ୍ୱର :- କିଛିଦିନ ବ୍ୟବଧାନରେ ସ୍ମାର୍ଟସିଟି ଭୁବନେଶ୍ୱର ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି । ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ପରିସରରେ ନିର୍ମାଣଧିନ ଏକ କୋଠାରେ ଦୁଇ ଶ୍ରମିକ ଙ୍କ ମଧ୍ୟରେ ସାମାନ୍ୟ ଉଚ୍ଚବାଚ ରୁ ସୁରେନ୍ଦ୍ର ଦାସ ନାମକ ଜୈନକ ଶ୍ରମିକ ତାର ସାଥି ଶ୍ରମିକ ଅନାଥ ସେଠି କୁ ସେଠାରେ ପଡିଥିବା ଏକ କାଠ ଫାଳିଆ ରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି ।

ଉଭୟ ନ୍କ ନିଜ ଗ୍ରାମ ଗଂଜାମ ଜିଲ୍ଲା ତାଳସର ବୋଲି ସୂଚନା ମିଳିଛି।ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳ ରେ ପହଁଚି ମୃତଦେହ କୁ ଜବତ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 

Exit mobile version