ବଡ଼ବଡ଼ ପ୍ରତିଶ୍ରୁତି ଦେବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପୂରଣ ନକରିବା ବିଜେପିର ପୁରୁଣା ଅଭ୍ୟାସ – ବିଜେଡି ମୁଖପାତ୍ର ସୁଲତା ଦେଓ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ଭୁବନେଶ୍ୱର :-  ବଡ଼ବଡ଼ ପ୍ରତିଶ୍ରୁତି ଦେବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପୂରଣ ନକରିବା ବିଜେପିର ପୁରୁଣା ଅଭ୍ୟାସ ଏବଂ ଆଜିର ଇସ୍ତାହାର ଏହାର ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡ଼ିର ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ଯେ, ୨୦୧୭ ରେ ବିଜେପିର କିଛି ଜିଲ୍ଲା ପରିଷଦ ସଭାପତି ରହିଥିଲେ । ସେମାନେ ଏଭଳି ଦୁର୍ଭାଗ୍ୟଜନକ ଭାବରେ ବିଫଳ ହୋଇଥିଲେ ଯେ ୨୦୧୯ ନିର୍ବାଚନରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଦେଲେ ।

ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବହୁତ ଖରାପ ପଦର୍ଶନ କରିବ ଏବଂ ଏହି ଇସ୍ତାହାର ହେଉଛି ଓଡିଶାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଶେଷ ପ୍ରୟାସ । ରାଜ୍ୟର ୪.୫ କୋଟି ଓଡ଼ିଆ ଜାଣନ୍ତି ଯେ କେବଳ ବିଜୁ ଜନତା ଦଳ ହିଁ ସେମାନଙ୍କ କଲ୍ୟାଣ ତଥା ବିକାଶ ପାଇଁ ଯତ୍ନବାନ ହୋଇ କାର‌୍ୟ୍ୟ କରେ ଏବଂ ଏହି ପଞ୍ଚାୟତ ନିର୍ବାଚନରେ ସେମାନେ ବିଜେଡ଼ିକୁ ବିଜୟ ପ୍ରଦାନ କରିବେ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ।

Exit mobile version