ବିଧାନସଭା ୱେବରେ ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସ ଙ୍କନାମ : ୨୦୦୭ରୁ କ୍ରମାଗତ ଅଭିଯୋଗ ହୋଇଥିବା ସତ୍ତ୍ଵେ – ଉଲ୍ଲେଖ କରାଗଲାନାହିଁ ସେହି ପୁରୁଣା ଭ୍ରମାତ୍ମକନାମ ଅନ୍ତର୍ଯ୍ୟାମୀ ସାହୁ ଖଣ୍ଡପଡ଼ାଙ୍କ ନାମକୁ ହଟାଗଲା ନାହିଁ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ଚାନ୍ଦପୁର :- ବିଧାନସଭା ୱେବରେ ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧରଦାସ ଙ୍କନାମ ୨୦୦୭ରୁ କ୍ରମାଗତ ଅଭିଯୋଗ ହୋଇଥିବା ସତ୍ତ୍ଵେ ଉଲ୍ଲେଖ କରାଗଲାନାହିଁ ସେହି ପୁରୁଣା ଭ୍ରମାତ୍ମକନାମ ଅନ୍ତର୍ଯ୍ୟାମୀ ସାହୁ ଖଣ୍ଡପଡ଼ାଙ୍କ ନାମକୁ ହଟାଗଲା ନାହିଁ । ଏଠାରେ ଏହା ସୂଚନାଯୋଗ୍ୟ ୧୯୪୮ ଜାନୁୟାରୀରେ ରାଜ୍ୟ ଶାସନରେ ଗଡ଼ଜାତ ରାଜ୍ୟ ସମୂହ ସାମିଲ ହେଲା ଓ ବିଖ୍ୟାତ ସଂଗ୍ରାମୀ ମେଳିଆ ମୁରଲୀଧର ଦାସ କନ୍ଧନୟାଗଡ଼ ମନୋନୀତ ବିଧାୟକଭାବେ ୧୯୪୮-୫୨ ରାଜ୍ୟ ବିଧାନସଭାକୁ ଯାଇଥିବା ଇତିହାସରେ ଉଲ୍ଲେଖ ମାତ୍ର ସରକାର କେବେ ସୁଧୁରି ସଂଶୋଧନ କରିବ I ବିଧାନସଭା ତଥ୍ୟାନୁସନ୍ଧାନ କମିଟି,ମାନ୍ୟବର ବିଧାୟକ ନୟାଗଡ଼, ଖଣ୍ଡପଡ଼ା, ରଣପୁର ଓ ବାଚସ୍ପତି ମହୋଦୟ ଏଦିଗରେ ଦୃଷ୍ଟି ଦିଅନ୍ତୁ I

ନିବେଦନ ଆବେଦନ ଫଳବତୀ ନହେବାରୁ ବରିଷ୍ଠ ସାମାଜିକ କର୍ମୀ ସୁରେଶ ମିଶ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ପ୍ରାର୍ଥନା ଦରଖାସ୍ତ କରିବାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତିନି ସପ୍ତାହ ମଧ୍ୟରେ ଉପଯୁକ୍ତପଦକ୍ଷେପନେଇ ସଂଶୋଧନ କରିବାକୁ ରାଜ୍ୟ ସୂଚନା ପ୍ରଯୁକ୍ତି ବିଭାଗ ସଡ଼ିବ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି IW P (C) No35787 of ୨୦୨୧ ଆଧାରରେ ୨୦.୧୨.୨୦୨୧ରେ ଏହି ଆଦେଶ ମିଳିଅଛି I ଏହି ମକଦ୍ଦମାକୁ ବିନାପାଉଣାରେ ବିଶିଷ୍ଟ ରଣପୁରିଆ କେରଣ୍ଡାଟାଙ୍ଗିର ଯୁବ ଆଇନଜୀବୀ କବିରାଜ ପ୍ରଧାନ (ଶୁକଭାଇ)ପରିଚାଳନା କରୁଥିଲେ ଓ ଆବଶ୍ୟକୀୟ ତଥ୍ୟପ୍ରଦାନ ୰ମୁରଲୀଧର ଦାସଙ୍କ ନାତି ମନୋଜ ଦାସ କରିଥିଲେ I

ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଶ୍ରୀଯୁକ୍ତ ସୁରେଶ ମିଶ୍ର ପ୍ରଦାନ କରିଛନ୍ତି ଓ ଡାକଯୋଗେ ବିଭାଗୀୟ ସଚ୍ଚିବଙ୍କୁ ଏହି ନିର୍ଦ୍ଦେଶନାମା ପ୍ରେରଣ କରାଯାଇଅଛି l ଏତେଦିନ ଧରି ଏହି ଐତିହାସିକ ଭୁଲ ସଂଶୋଧିତ ହେବବୋଲି ରଣପୁରବାସୀ ଆଶା ରଖିଛନ୍ତି । ବିଜ୍ଞ ଓ ଅଭିଜ୍ଞ ବାଚସ୍ପତି ନିଷ୍ପରି ନେଇ ଭ୍ରମ ସଂଶୋଧନ କରାଇବେ ବୋଲି ଆଶା ଓ ବିଶ୍ୱାସ I ଅତୀତରେ ବହୁବାର ଗଣମାଧ୍ୟମରେ ଏକଥା ପ୍ରକାଶିତ ହୋଇଛି ମାତ୍ରସୁଫଳ ମିଳିପାରିନାହିଁ I ବର୍ତମାନର ରଣପୁର ମାନ୍ୟବର ବିଧାୟକ ମଧ୍ୟ ନିଜସ୍ଵ ଲିଖିତ ମତ ବିଧାନସଭାକୁ ଦେଇଛନ୍ତି I ଅନେକ ପତ୍ରପତ୍ରିକା ସମ୍ବାଦପତ୍ର, ରଣପୁର ଇତିହାସ ପୁସ୍ତକ ପ୍ରଭୃତି ଦଶରୁ ଉର୍ଦ୍ଧ୍ବ ପୁସ୍ତକରେ ଏ ବାବଦରେ ଉଲେଖ ଅଛି। ସତ୍ୟର ଜୟ ହେଉ ରଣପୁର ସ୍ୱାଭିମାନ ବଜାୟ ରହୁ I

Exit mobile version