ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ବୈପାରିଗୁଡା :- ଦୁର୍ଗମ ଅଚାଂଳରେ ବେଆଇନ ଭାବେ ଗଞ୍ଜେଇ ବେପାରୀ ମାନେ ଚୋରାଚାଲାଣ ପାଇଁ ଗଞ୍ଜେଇ ଚାଷ କରୁଥିବା ଖବର ମିଳିବା ପରେ ବୈପାରିଗୁଡା ପୋଲିସ ଓ ଅବକାରୀ ବିଭାଗ ତରଫରୁ ସେହି ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛ ଗୁଡିକକୁ ନଷ୍ଟ କରିଥିବାିର ଜଣାପଡିଛି ।ପ୍ରାପ୍ତ ସୂଚନା ଅନୁସାରେ ଆଜି ବୈପାରିଗୁଡା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ,

ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବୈପାରିଗୁଡା ବ୍ଳକ ମହୁଲି ପଞ୍ଚାୟତର ସୀମାନ୍ତ ଦୁର୍ଗମ ପାହାଡିଆ ଇଲାକା ଲେଞ୍ଜା ଠାରେ ସରକାରୀ ଜାଗାରେ ଲାଗି ଥିବା ୧୫ ଏକର ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିିବା ସହ ଗୋଟିଏ ସ୍ଥାନରେ ରଖି ପୋଡି ଥିବା ର ସୂଚନା ମିଳିଛି ।ଆଗକୁ ଏହି ଚଢାଉ ମଧ୍ୟ ଆହୁରି ବ୍ୟାପକ କରାଯିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ପାଇଁ ସ୍ଥିର କରାଯାଇଛି ବୋଲି ପ୍ରକାଶ କରିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ।

Exit mobile version