ନିର୍ବାଚନରେ ସାମିଲ ହେଲେ ଯୁବ ସାମ୍ବାଦିକ ,ସହଯୋଗ ହାତ ବଢାଇଲେ ସାମ୍ବାଦିକ ବନ୍ଧୁ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ବୈପାରିଗୁଡା :- କର୍ମକ୍ଷେତ୍ରରେ ସବୁ ସମୟରେ ଜନସାଧାରଣଙ୍କ ସହିତ ରହି ଗରିବ ଅସହାୟ ଲୋକଙ୍କ ସେବା କରୁଥିବା ଯୁବ ସାମ୍ବାଦିକ ରାଜେଶ୍ୱର ମହୁରିଆଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାପରିଷଦ ପ୍ରାର୍ଥୀ ରୂପେ ତ୍ରିସ୍ତରୀୟ ନିର୍ବାଚନରେ ମଇଦାନକୁ ଓହ୍ନାଇବା ପାଇଁ ଦଳ ପକ୍ଷରୁ ଟିକଟ ପ୍ରାଦାନ କରାଯାଇଥିବାରୁ ବୈପାରିଗୁଡା ସାମ୍ବାଦିକଙ୍କ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କୁ ଶୁଭେତ୍ଥା ଜଣାଇଛନ୍ତି ।

ସାମ୍ବାଦିକ କ୍ଷେତ୍ରରେ ରହି ଯାହା କାର୍ଯ୍ୟ କରୁଥିଲେ ବିଜୟ ଲାଭ ପରେ ମଧ୍ୟ ଲୋକଙ୍କ ସାଙ୍ଗରେ ରହି ସେହି ପରି ସେବା ପରି ଭାବେ ସେବା ଯୋଗାଇ ଦେବେ ବୋଲି ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ସ୍ଥିର ମଧ୍ୟ କରିଛନ୍ତି ।ଏହି ବୈଠକରେ ବରିଷ୍ଟ ସାମ୍ବାଦିକ ଗୋପୀନାଥ ଦୋରା, କଳ୍ପତରୁ ମହାନ୍ତି ,ମୁରଲୀଧର ବରାଡ,ବିକ୍ରାନ୍ତ କୁମାର ବେବର୍ତ୍ତା, ସର୍ବେଶ୍ୱର ବରାଡ, ରାଜେନ୍ଦ୍ର ଧଳ,ଶୁଭନାରାୟଣ ମହାନ୍ତି, ରବିନାରାୟଣ ଗୌଡ, କାଳିଚରଣ ପଟନାୟକ, ଏନ.ସନ୍ତୋଷ କୁମାର, ଅମେନ୍ଦ୍ର ପରିଛା, ଜେ.ସୁଧାକର ପଟନାୟକ,ମାନସ ମହାନ୍ତି, ଟୁନା ପଟନାୟକ ପ୍ରମୁଖ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ ।

Exit mobile version