ପଦ୍ମପୁର ନିର୍ବାଚନ ମଣ୍ଡଳୀରେ : ବିଜେଡ଼ି ଦୁଇ ଫାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ପଦ୍ମପୁର :- ସାରା ରାଜ୍ଯରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ,ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୁଇ ଭାଗରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୃତ୍ବରେ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଓ ସମିତି ସଭ୍ଯ ପ୍ରାର୍ଥୀ ଚୟନ କରି ବିଜେଡି ନିର୍ବାଚନ କୁ ଓହ୍ଲାଇ ଥିବା ବେଳେ ପଦ୍ମପୁର ବିଜୁ ଜନତାଦଳ ରାଜନୀତିରେ ଭୁବନେଶ୍ବର ମହାନଗର ନିଗମ ରେ କାର୍ଯ୍ୟରତ ଜଣେ ସରକାରୀ ଅଧିକାରୀ ଶ୍ରୀ ମହେନ୍ଦ୍ର ବଢେଇଙ୍କ ଆବିର୍ଭାବ ହୋଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗ୍ରାମ ପଞ୍ଚାୟତରେ ଶ୍ରୀ ବଢେଇଙ୍କ ସମର୍ଥନରେ ପ୍ରାର୍ଥୀ ମାନେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଏ ପରିକି ଆଠଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭିତରୁ ୨ଜଣ ଜିଲ୍ଲା ପରିଷଦ ର ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳର ଦଳରୁ ଟିକେଟ କରାଇବାରେ ଶ୍ରୀ ବଢେଇ ସଫଳ ହୋଇଥିବା ଜଣାଯାଏ । ଶ୍ରୀ ବଢେଇ ବିଜୁ ଜନତାଦଳ ର ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଗୋଷ୍ଠୀ ଭାବେ ପଦ୍ମପୁରରେ ନିଜର ପରିଚୟ ତିଆରି କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ଯ ଯେ,୨୦୧୯ ସାଧାରଣ ନିର୍ବାଚନ ସମୟରେ ବରଗଡ ଲୋକ ସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ହେବା ପାଇଁ ଶ୍ରୀ ବଢେଇ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ଯ ଶେଷ ମୁହୁର୍ତ୍ତ ରେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ଯଙ୍କୁ ବରଗଡ ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ କରିଥିଲା ।

ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଉ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଟାଳ ଗ୍ରାମ ନିବାସୀ ଶ୍ରୀ ମହେନ୍ଦ୍ର ବଢେଇ ୨୦୨୪ ମସିହାରେ ପଦ୍ମପୁର ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହେବାପାଇଁ ପ୍ରାଣମୂର୍ଚ୍ଛ ଉଦ୍ଯମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ସେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରୁ ଶ୍ରୀ ବଢେଇ କସରତ ଆରମ୍ଭ କରି ଦେଇଛନ୍ତି ।

Exit mobile version