ଦୀର୍ଘ ଦିନ ହେଲା ତୁମୁଡିବନ୍ଧ ବ୍ଲକ ବିଡ଼ିଓ ପଦବୀ ଖାଲି : ସରକାରୀ କାର୍ଯ୍ୟକ୍ରମରେ ଅହେତୁକ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରୀ ମଙ୍ଗଳବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଆଜକୁ କିଛି ଦିନ ହେବ ମଙ୍ଗୁଆଳବିହୀନ ହୋଇ ପଡିଛି ଯଦ୍ୱାରା ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l କିଛି ମୁଷ୍ଟିମେୟ ବ୍ୟକ୍ତି  ବ୍ଲକ ଉନୟନ ଅଧିକାରୀଙ୍କୁ ତୁମୁଡିବନ୍ଧ ଅଞ୍ଚଳରୁ ବଦଳି କରିବା ଉଦେଶ୍ୟରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କ କଥାରେ ପ୍ରଶାସନ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ ଙ୍କୁ ତୁରନ୍ତ ବଦଳି କରିଦେଇଥିଲେ, ଶ୍ରୀମତୀ ପ୍ରଧାନଙ୍କୁ ବଦଳି କରିଦେଲେ ସତ ହେଲେ ତୁମୁଡିବନ୍ଧ ଅଞ୍ଚଳ ବାସୀଙ୍କ କାର୍ଯ୍ୟକୁ ତୁରାନ୍ୱିତ କରିବା ଲାଗି ଆଉ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ଆଣିବା ନିମନ୍ତେ ସମ୍ପୂର୍ଣ ଭୁଲି ଯାଇଛନ୍ତି l

ବର୍ତମାନ ତୁମୁଡିବନ୍ଧ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଥିବା ହେତୁ ଅଞ୍ଚଳବାସୀ ବ୍ଲକ କାର୍ଯ୍ୟାଳୟ ଯାଇ ନିରାଶ ହୋଇ ଫେରିବାକୁ ପଡୁଛି l ଯଦ୍ୱାରା ଏବେ ଚିନ୍ତା ର ବିଷୟ ଗୋଷ୍ଠୀ ଉନ୍ନୟନ  ଅଧିକାରୀ କେବେ ଆସିବେ..? କିଏ ଆସିବେ..? ପୁଣି କେବେ ଲୋକଙ୍କ କାମ ପୁଣିଥରେ କାର୍ଯ୍ୟକ୍ଷମ ହେବ..? କେଵଳ ସେତିକି ନୁହଁ ତୁମୁଡିବନ୍ଧ ଅଞ୍ଚଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବା ହେତୁ ଉକ୍ତ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ l

ଯେପରିକି ତୁମୁଡିବନ୍ଧ ଅଞ୍ଚଳରେ ଥିବା ସମସ୍ତ ଡ୍ରେନରେ ଅଳିଆ ଆବର୍ଜନା ଜମା ହୋଇ ପଡ଼ି ରହିଛି ଟିକେ ବର୍ଷା ହେଲେ ଡ୍ରେନରେ ଜମା ହୋଇଥିବା ସମସ୍ତ ଆବର୍ଜନା ରାସ୍ତାରେ ଗଡୁଛି, ତୁମୁଡିବନ୍ଧ ବଜାରରେ ଶୌଚାଳୟ ନଥିବା, ପୁଣି ତୁମୁଡିବନ୍ଧ ବସଷ୍ଟାଣ୍ଡ ନିର୍ମାଣ ହୋଇ ବହୁଦିନ ହୋଇଥିଲେ ସୁଧା କାର୍ଯ୍ୟକାରୀ ନ ହେବା ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନୂତନ ବିଡିଓ ଙ୍କୁ ନିଯୁକ୍ତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

 

Exit mobile version