ରାଜ୍ୟସ୍ତରୀୟ ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- ନୂତନ ଓ ଯୁବ ଭୋଟରମାନଙ୍କର ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ସହ ଭାରତୀୟ ଗଣତନ୍ତ୍ରକୁ ମଜବୁତ୍‌ କରିବାର ଲକ୍ଷ୍ୟ ନେଇ ଭାରତ ନିର୍ବାଚନ ଆୟୋଗ ଏହାର ପ୍ରତିଷ୍ଠା ଦିବସକୁ ଯୁବବର୍ଗର ଭୋଟରଙ୍କୁ ଉତ୍ସର୍ଗ କରିବା ସହ ୨୦୧୧ ମସିହାଠାରୁ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ସାରା ଦେଶରେ ଏହାକୁ ପାଳନ କରାଯାଉଛି ା ଦେଶର ପ୍ରତ୍ୟେକ ନାଗରିକଙ୍କ ନାମ ଯେପରି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ଓ ନିର୍ବାଚନବେଳେ ଯେପରି ସମସ୍ତ ଭୋଟର ନିର୍ବାଚନରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିବେ ଏହା ହିଁ ହେଉଛି ଜାତୀୟ ମତଦାତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ଭାରତ ନିର୍ବାଚନ ଆୟୋଗ ଏ ବର୍ଷର ବିଷୟବସ୍ତୁ ରଖିଛନ୍ତି “ନିର୍ବାଚନକୁ କରିବା ସମାବେଶୀ, ସୁଗମ ଏବଂ ସହଭାଗୀ” ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଞ୍ଜଫଞ୍ଚଟ୍ଟ;ରାଜ୍ୟସ୍ତରୀୟ ଦ୍ୱାଦଶ ଜାତୀୟ ମତଦାତା ଦିବସ-୨୦୨୨ ଭର୍ଚୁଆଲ୍‌ ମାଧ୍ୟମରେ ମହାସମାରୋହରେ ପାଳିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଉପସ୍ଥିତ ରହି ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜାତୀୟ ମତଦାତା ଦିବସ ଅବସରରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବାର୍ତ୍ତା ପାଠ କରିଥିଲେ ଓ ପରେ ପରେ ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନ ନାଗରିକମାନଙ୍କ ଉପଲକ୍ଷେ ଭୋଟର ଶପଥପାଠ କରାଇଥିଲେ । ବିଭିନ୍ନ ବର୍ଗର ୫ ଜଣ ନୂତନ ଯୁବ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରିଥିଲେ । ସଦ୍ୟ ସମାପ୍ତ ହୋଇଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ଜିଲ୍ଲା ନିର୍ବାଚନ ଅଧିକାରୀ, ନିର୍ବାଚନ ରିଟ୍‌ର୍ଣ୍ଣିଂ ଅଧିକାରୀ, ବୁଥସ୍ତରୀୟ ଅଧିକାରୀ ଏବଂ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଜାତୀୟ ମତଦାତା ଦିବସ ପାଳନ ଅବସରେ ମୁଖ୍ୟ ନିର୍ବାଚନ ଅଧିକାରୀ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରିଛନ୍ତି ।

ବିଶେଷ କରି ଅନ୍‌ଲାଇନ୍‌ ମାଧ୍ୟମରେ ଶତପ୍ରତିଶତ ଫର୍ମ ଗ୍ରହଣ କରିଥିବା ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀର ନୁଆପଡ଼ା ଉପଜିଲ୍ଲାପାଳ ତଥା ଭୋଟ ପଂଜୀକରଣ ଅଧିକାରୀ, ଡାବୁଗାଁ ଓ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ନବରଙ୍ଗପୁର, ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ଯାଜପୁର, ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ଖୋର୍ଦ୍ଧା, ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ଚମ୍ପୁଆ ଓ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ଧର୍ମଗଡ଼ଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶଂସା କରିଥିଲେ ଏବଂ ପୁରସ୍କାର ସହ ସମ୍ମାନିତ କରିଥିଲେ ା

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ୭ ଜଣ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ୧୨ ଜଣ ଉପଜିଲ୍ଲାପାଳ ତଥା ଭୋଟ ପଂଜୀକରଣ ଅଧିକାରୀ ଜଣେ ଭୋଟ ପଂଜୀକରଣ ଅଧିକାରୀ, ଜଣେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ୩ ଜଣ ବୁଥ୍‌ସ୍ତରୀୟ ଅଧିକାରୀ ଓ ୩ ଜଣ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ସହ ସମ୍ମାନିତ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପୁରସ୍କୃତ ହେବାକୁ ଥିବା ଅଧିକାରୀମାନଙ୍କର ତାଲିକା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମାରୋହରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ଓ ଶତ୍ରୁଘ୍ନ କର ଏହି ସମାରୋହକୁ ପରିଚାଳନା କରିଥିଲେ ଓ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

 

Exit mobile version