ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଆଉଟଡୋର ବନ୍ଦ – ରୋଗୀ ହନ୍ତସନ୍ତ

ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ – ଆଜକୁ ୭ ଦିନ ପର୍ଯ୍ୟନ୍ତ ଆଉଟ ଡୋର ବନ୍ଦ 

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ଚାନ୍ଦପୁର :- ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ି ପ୍ରାଇଭେଟ ସମ ହସ୍ପିଟାଲ କୁ ଦିଆଗଲା । ତେବେ ସମ ହସ୍ପିଟାଲ କୁ ଦିଆଯିବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ସାଧାରଣ ଚିକିତ୍ସା ନିମନ୍ତେ ରାମଚଣ୍ଡୀ ମନ୍ଦିର ସମ୍ମୁଖରେ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଆଉଟ ଡୋର ଖୋଲା ଯାଇଥିଲା କିନ୍ତୁ

ଚିକିତ୍ସାଳୟ ର ୪ ଟି ଡାକ୍ତର ଙ୍କ ଠାରେ କରୋନା ପଜିଟିଭ ବାହାରିଥିବାରୁ ଆଜକୁ ୭ ଦିନ ପର୍ଯ୍ୟନ୍ତ ଆଉଟ ଡୋର କୁ ବନ୍ଦ ରଖାଯାଇଛି ଯାହା ଫଳରେ ସ୍ଥାନୀୟ ଜନସାଧାରଣ ବିଭିନ୍ନ ପ୍ରକାର ରୋଗ ର ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଏତଦବ୍ୟତୀତ ରୋଗୀଙ୍କୁ ଧରି ଖୋର୍ଦ୍ଧା , ଭୁବନେଶ୍ୱର , କଟକ ଯାତାୟତ କରି ହଇରାଣ ହରକତ ହେଉଛନ୍ତି । ତେବେ ରୋଗୀ ଙ୍କ ଏକମାତ୍ର ଉପାୟ ସ୍ଥଳୀ ଚିକିତ୍ସାଳୟ ଯଦି ଏପରି ବନ୍ଦ ରହିବ ଏବଂ ଡାକ୍ତର ଙ୍କ ଅଭାବ ଦେଖାଦେବ ତାହାଲେ ସାଧାରଣ ଜନତା ରୋଗ ରୁ ମୁକ୍ତି ପାଇବା ପାଇଁ କଣ କରିବେ ସାଧାରଣ ରେ ଚର୍ଚ୍ଚା ହେଉଛି

Exit mobile version