
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନିଳମା ଠାକୁରାଣୀ ମନ୍ଦିର ନିକଟରେ ଥିବା ବିଜେଡ଼ି ର ଜିଲ୍ଳା କାର୍ଯ୍ୟଳୟ ପରିସରରେ ସନଟା ଦେଖିବାକୁ ମିଳିଛି ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ବିଜେଡ଼ି କାର୍ଯ୍ୟାଳୟ ଯେପରି ଚଳଚଞ୍ଚଳ ରହିବା କଥା ଆଜି ବିଜେଡ଼ି କାର୍ଯ୍ୟଳୟରେ ଦେଖିବାକୁ ମିଳିନାହିଁ ,ଏହି ଘଟଣା ନେଇ ଏକ ବିଜେଡ଼ି କର୍ମୀଙ୍କୁ ପଚାରିବାରୁ ସେ ତାଙ୍କ ନାମକୁ ଗୁପ୍ତ ରଖିବାକୁ ସର୍ତ୍ତ ରଖି କହିଥିଲେ ଯେ ଆଜିକାଲି ଆଉ ବିଜେଡ଼ି କାର୍ଯ୍ୟାଳୟକୁ ନେତା କର୍ମୀ ଆସିବା କମି ଯାଇଛି l କାରଣ କଣ ବୋଲି ପଚାରିବାରୁ ସେ କହିଥିଲେ ଯେ ପ୍ରଥମେ ବିଜେପି ପରେ କଂଗ୍ରେସ ଏବଂ କଂଗ୍ରେସ ଟିକେଟ ନ ପାଈ ସ୍ଵାଧୀନ ପାର୍ଥି ଭାବେ ଗତ ବିଧାନସଭା ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିବା ହାଇଟେକ୍ ଚେୟାରମେନ ଡ. ତ୍ରିପତି ପାଣିଗ୍ରାହୀ ବର୍ତମାନ ବିଜେଡ଼ି ରେ ଯୋଗଦେବା ପରେ ତାଙ୍କ ମର୍ଜିରେ ବିଜେଡ଼ିର ଦଳୀୟ ସଂଗଠନ ସହ ସମସ୍ତ ଦଳୀୟ କାର୍ଯ୍ୟକ୍ରମ ଚାଲିଛି l
ବର୍ତ୍ତମାନ ଗଜପତି ଜିଲ୍ଲାରେ ବିଜେଡିର ମଙ୍ଗ ଡ.ପାଣିଗ୍ରାହୀ ଧରିଛନ୍ତି l ବିଜେଡିର ରାଜ୍ୟସ୍ତରୀୟ ନେତା କର୍ମକର୍ତା ଡ. ପାଣିଗ୍ରାହୀ ଙ୍କୁ ଯେତିକି ଗୁରୁତ୍ଵ ଦେଉଛନ୍ ତିବିଜୁବାବୁଙ୍କ ଅମଳରୁ ଯେଉଁମାନେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳ ରେ ଦୀର୍ଘ ବର୍ଷ ହେଲା ଦଳ ପାଇଁ କାର୍ଯ୍ୟକରି ଆସୁଛନ୍ତି ସେମାନଙ୍କୁ ଆଉ କେହି ପଚାରୁ ନଥିବା ନେଇ ରାସ୍ତା ଘାଟରେ ଆଲୋଚନା ଚାଲିଛି l ଡ.ତିରୁପତି ପାଣିଗ୍ରାହୀଙ୍କ ସହ କଂଗ୍ରେସ ଦଳରୁ ଆସି ବିଜେଡ଼ିରେ ଯୋଗ ଦେଇଥିବା ନେତା ଓ କର୍ମକର୍ତ୍ତା ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉ ଏ ନେ଼ଇ ବିଜେଡ଼ି ର ପୁରୁଣା ନେତା କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଏହା ଯେ କେତବେଳେ ବିସ୍ପୋରକ ରୁପ ନେବ ….. ସମୟ ହିଁ କହିବ ବର୍ତ୍ତମାନ ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି l ଜିଲ୍ଲାପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ ଏହା ମଧ୍ୟରେ ସରିଛି l ଆଜି ଡ.ତିରୁପତି ପାଣିଗ୍ରାହୀଙ୍କ ହାଇଟେକ୍ ପ୍ଲାଜା ପରିସରରେ ବିଜେଡ଼ି ଦଳରୁ ପାର୍ଥୀ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା
