Home ଓଡ଼ିଶା ଶିକ୍ଷା ସ୍ବାସ୍ଥ୍ୟ ରାସ୍ତା ପାନୀୟଜଳ ଓ ବିଜୁଳି ବ୍ୟବସ୍ଥା ନ ହେଲେ ଭୋଟ ବର୍ଜନ ପାଇଁ ଚେତାଵନୀ ଦେଲେ ଗ୍ରାମବାସୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ବୈପାରିଗୁଡା :- ଅପହଞ୍ଚ ଇଲାକାକୁ ବିକାଶ ଯେପରି ସାତସପନ, ଯଦି ସରକାର ଆମ ସମସ୍ୟା ଦୂର ନ କରିବେ ତେବେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଲେ କଦଳୀପଦର, ସୁନ୍ଦରମୁଣ୍ଡି,ତେନ୍ତୁଳିପଦା,ନୂଆଗୁଡା,ବେତଭଟ୍ଟା ଗ୍ରାମର ଗ୍ରାମବାସୀ ମାନେ !କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ବୋଦାପୁଟ ପଞ୍ଚାୟତର ୭ ଖଣ୍ଡ ଗାଁକୁ ବିକାଶ ସାତ ସପନ ହୋଇଥିବା ବେଳେ ସବୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ପାଲଟି ଯାଇଛି ।ତେବେ ସମ୍ପର୍କ ରେ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ବୈପାରିଗୁଡା ବିଡିଓଙ୍କ ଜରିଆ ପ୍ରଦାନ କରିବା ନିମନ୍ତେ ବୋଦାପୁଟ ପଞ୍ଚାୟତର ୭ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନେ ବ୍ଲକ କାର୍ଯ୍ଯାଳୟ ପରିସରରେ ଅନଶନ କରୁଥିବା ସମୟରେ କୋରାପୁଟ ଜିଲ୍ଲାପାଳ ବୈପାରିଗୁଡା ବ୍ଲକ ଗ୍ରସ୍ତରେ ଆସି ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ପହଞ୍ଚି ଥିଲେ ! ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ପରେ ସମସ୍ତ ସମସ୍ଯା ସମାଧାନ କରିବା ପାଇଁ ପ୍ରତିଶୁତି ମଧ୍ଯ ପ୍ରଦାନ କରିଥିବାର ଜଣାପଡିଛି !୭ ଖଣ୍ଡ ଗ୍ରାମବାସୀ କହିବା ଅନୁସାରେ ଏହି ସମସ୍ତ ଗ୍ରାମକୁ ଭଲ ପକ୍କା ରାସ୍ତା ନାହିଁ ,ରାସ୍ତା ନଥିବା ହେତୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନି, ପି ମାଳିଗୁଡା ଠାରୁ ସିନ୍ଦୁରମୁଣ୍ଡି ଓ ନୂଆଗୁଡା ,ଏହି ସମସ୍ତ ଗ୍ରାମ କୁ ଏବେ ପର୍ଯ୍ଯନ୍ତ ବିଜୁଳି ଆଲୋକ ପହଞ୍ଚି ପାରିନାହିଁ ,ଉକ୍ତ ଗ୍ରାମ ଗୁଡିକରେ ଛୋଟ ଛୋଟ ଶିଶୁ ରହିଥିବା ବେଳେ ଗ୍ରାମରେ ଅଙ୍ଗନଓ୍ବାର୍ଡ ନଥିବାରୁ ଗ୍ରାମ ଠାରୁ ୨ କିମି ଦୂରକୁ ଯିବାକୁ ପଡୁଛି ,ତେବେ ଜଙ୍ଗଲ ବାଟ ଦେଇ ୟାତାୟତ କରିବା ସମୟ ରେ ଯଦି କିଛି ଘଟଣା ଘଟି ତେବେ ସେଥି ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶାସନ ରୁ ପ୍ରଶ୍ନ ମଧ୍ଯ କରିଛନ୍ତି ! ଉକ୍ତ ଗ୍ରାମ ଗୁଡିକରେ ବିଦ୍ଯାଳୟ ନଥିବା ଫଳରେ ଶିକ୍ଷାଦାନରେ ଘୋର ଅସୁବିଧାର ସମ୍ମୁଖ୍ଯନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି!ପାନୀୟ ଜଳ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ଯକାରୀ କରିଥିବା ବେଳେ ଏହି ସବୁ ଗାଁ ର ଲୋକେ ନାଳ, ଝରଣା,ପାଣିକୁ ପାନୀୟଜଳ ରୂପେ ବ୍ଯବହାର କରୁଥିବା କହିଛନ୍ତି !ତେବେ ଯଦି ସରକାର ଏହି ସମସ୍ତ ସମସ୍ଯା ସମାଧାନ ନ କରନ୍ତି ତେବେ ତ୍ରିସ୍ତରୀୟ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ସ୍ଥିର କରିଥିବା କହିଥିଲେ ! ବିଭିନ୍ନ ଯୋଜନାରେ ସରକାର ଯୋଗାଇ ଦେଉଥିବା ଭତ୍ତା, ଚାଉଳ, ପ୍ରଭୃତି ନେବା ପାଇଁ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡ଼େ। ଆଗରୁ ବୃଦ୍ଧ, ବୃଦ୍ଧା ଅନ୍ୟ ଗ୍ରାମବାସୀ ବା ପଡ଼ୋଶୀଙ୍କ ସହାୟତାରେ ସେ ସବୁ ସଂଗ୍ରହ କରି ନେଉଥିଲେ। ଏବେ ବାୟୋମେଟ୍ରିକ ପଦ୍ଧତି ଲାଗୁ କରାଯାଇଥିବାରୁ ସେମାନେ ପ୍ରତିମାସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିପାରୁ ନାହାନ୍ତି।ଡାକ୍ତରଖାନା ପହଞ୍ଚାଇବା ଅସମ୍ଭବ ହୋଇପଡ଼େ। ରାସ୍ତା ନ ଥିବାରୁ ସରକାରୀ ଯୋଜନାଗୁଡ଼ିକ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ।ଏଥର ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ବୋଦାପୁଟ ଗ୍ରାମବାସୀ ! ସ୍ୱାଧୀନତା ପରେ ବି ଆମ ପାଖରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ରାସ୍ତା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସବୁ ସରକାରୀ ଯୋଜନାରୁ ଆମେ ବଞ୍ଚିତ। ଭୋଟ କାହିଁକି ଦେବୁ ? ତେବେ ସମସ୍ତ ବିଷୟ ଶୁଣି ଜିଲ୍ଲାପାଳ ଗ୍ରାମବାସୀ ଙ୍କୁ ପ୍ରତିଶୁତି ପ୍ରଦାନ କରିଛନ୍ତି ଯେ ନିର୍ବାଚନ ସରିବା ପରେ ଗୋଟି ଗୋଟି କରି ସମସ୍ତ ସମସ୍ଯା ପୂରଣ କରାଯିବ ବୋଲି ଗ୍ରାମବାସୀଙ୍କୁ କହିଥିଲେ ! Categories: ଓଡ଼ିଶା, କୋରାପୁଟ, ହୋମ୍ Related Content ୫୯ତମ କୁମାର ଉତ୍ସବ ୨୦୨୬ : ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana August 24, 2026 ୧୪୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା by Proprietor Abhimanyu Maharana August 24, 2026 ପିଚୁକୁଳିମଣ୍ଡଳ ବିଜେପି ପକ୍ଷରୁ ସମ୍ପର୍କ ପଦଯାତ୍ରା by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା by Proprietor Abhimanyu Maharana August 24, 2026