Home ଓଡ଼ିଶା ବୈପାରିଗୁଡା ବ୍ଲକରେ ସରିଲା ଯାଞ୍ଚ ,ଏବେ ଆରମ୍ଭ ହେବ ପ୍ରକୃତ ଲଢେଇ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ବୈପାରିଗୁଡା :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ପରେ ଶନିବାର ଦିନ ସରିଲା ଯାଞ୍ଚ ପ୍ରକ୍ରିୟା । ଏହା ସହ ନିର୍ବାଚନ ଲଢେଇ ପାଇଁ ସମସ୍ତ ଦଳର ପ୍ରାର୍ଥୀ ସହ ସାଧୀନ ପ୍ରାର୍ଥୀ ମାନେ ମଧ୍ୟ ହେଉଛନ୍ତି ସଜବାଜ । ମଙ୍ଗଳବାର ଦିନ ପ୍ରତ୍ୟାହାର ଥିବା ବେଳେ ତାହା ପରେ ମିଳିବ ସମସ୍ତ ପ୍ରାର୍ଥୀଙ୍କୁ ଚିହ୍ନ ! ଏବେ ଚିହ୍ନ ମିଳିନଥିବା ବେଳେ କେତେକ ପ୍ରାର୍ଥୀ ଗାଁ ଗହଳିରେ ରହିଥିବାସେମାନଙ୍କର ଜଣାଶୁଣା ଲୋକଙ୍କୁ ଧରି ପ୍ରଚାର ଜୋରଦାର ଚଳାଇଥିବାର ଶୁଣିବାକୁ ମିଳୁଛି । ଏବେ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ସରିବା ପରେ ଜିଲ୍ଲା ପରିଷଦ ,ସରପଞ୍ଚ, ସମିତିସଭ୍ଯ, ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ମାନେ ସେମାନଙ୍କ ସମର୍ଥନ ମାନଙ୍କୁ ନେଇ ବୁଲିବା ଆରମ୍ଭ କରି ଦେଇ ଛନ୍ତି । ଚିହ୍ନ ମିଳିଯିବା ପରେ ଗାଁ ଗହଳି ମାନଙ୍କରେ ନିଜ ନିଜ ମଧ୍ଯରେ ପ୍ରକୃତ ଲଢେଇ ଆରମ୍ଭ ହେବା ସହ ଗାଁ ଦାଣ୍ଡ ରାସ୍ତାଘାଟରେ ଦଳୀୟ କର୍ମୀ ଓ ସାଧୀନ ପ୍ରାର୍ଥୀଙ୍କ ପ୍ରଚାର କମ୍ପିବ । ନାମାଙ୍କନ ଦାଖଲର ସମୟରେ ଅନେକଙ୍କୁ କେତେକ ପ୍ରାର୍ଥୀ ଚକମା ଦେଇ ବିଦ୍ରୋହୀ ଓ ଅସନ୍ତୁଷ୍ଟ ନେତା ଓ ତାଙ୍କ ସମର୍ଥକ ମାନେ ବି ପ୍ରାର୍ଥୀପତ୍ର ଦାଖଲ କରିଥିବା ଆଲୋଚନା ଏବେ ବୈପାରିଗୁଡା ବ୍ଲକରେ ଚର୍ଚ୍ଛାର ବିଷୟ ହୋଇଛି । ଏଭଳି ଅସନ୍ତୁଷ୍ଟ ଏବଂ ବିଦ୍ରୋହୀ ଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦଳ ତରଫରୁ ମଧ୍ୟ ଚାପ ପ୍ରୟୋଗ ସହ ବିଭିନ୍ନ ସ୍ତରରେ ମୂଲ ଚାଲ ବି ଆରମ୍ଭ ଦେବ ବୋଲି ଶୁଣିବାକୁ ମିଳୁଛି । ବ୍ଲକର ୨ ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୧୦ ରୁ ଉର୍ଦ୍ଧ ଜଣ, ଏବଂ ୨୦ ଟି ପଞ୍ଚାୟତର ସରପଞ୍ଚ ପାଇଁ ୮୨ ଜଣ ,ପଞ୍ଚାୟତ ସମିତି ସଭ୍ୟ ପାଇଁ ୭୯ ଜଣ ଏବଂ ୱାର୍ଡମେମ୍ବର ସଭ୍ୟ ପାଇଁ ୩୭୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶନିବାର ଦିନ ଥିବା ଯାଞ୍ଚ ପ୍ରକ୍ରିୟା ରେ କାହାର ମଧ୍ୟ ପ୍ରାର୍ଥୀପତ୍ର ରିଜେକ୍ଟ ହୋଇନଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ଯୁ କବି ଶତପଥି । ଫଳରେ ସରପଞ୍ଚ ,ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ୫୩୧ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଛି । ଏହା ପରେ ଅପେକ୍ଷା କରିଛନ୍ତି ସମସ୍ତ ପ୍ରାର୍ଥୀ ଏବେ ଚିହ୍ନକୁ । ଚିହ୍ନ ମିଳିବା ପରେ ଆରମ୍ଭ ହେବ ନିଜ ନିଜ ଭିତ ରେ ଏବଂ ଗୋଟିଏ ଗାଁ ଗହଳି ରୁ ନିର୍ବାଚନ ରେ ଲଢୁଥିବା ପ୍ରାର୍ଥୀଙ୍କ ଅସଲ ଲଢେଇ । ତେଣୁ ବିଭିନ୍ନ ଜୋନ୍ ଓ ପଞ୍ଚାୟତରେ ଥିବା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ବୁଝାଇବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ବିଜୁ ଜନତା ଦଳର ନେତା ମାନଙ୍କର ମହାସମୁଦ୍ର ବୈପାରିଗୁଡା ବ୍ଲକ ପାଲଟି ଥିବା ବେଳେ କଂଗ୍ରେସ ଦଳ ଛାଡି କିଛି ବରିଷ୍ଟ ନେତା ଏବେ ବିଜେଡି ଦଳରେ ସାମିଲ ହୋଇଥିବା ବେଳେ ତ୍ରିସ୍ତରୀୟ ନିର୍ବାଚନ ରେ ବିଜେଡି ଦଳ ପାଇଁ ଅଧିକ ଭୋଟ କରାଇବେ ବୋଲି ଆଶା କରାଯାଉଛି !ମାତ୍ର କଂଗ୍ରେସ ଛାଡି ଯାଇଥିବା କର୍ମୀଙ୍କ କିଛି ପ୍ରଭାବ କଂଗ୍ରେସ ଦଳ ଉପରେ ପଡିବ ନାହିଁ ବୋଲି ରକଠକ ଭାବେ କହୁଛନ୍ତି ଦଳୀୟ କର୍ମୀ ! ବିଜେଡି କଂଗ୍ରେସ, ବିଜେପି, ଏସୟୁସିଆଇ, ଫରଓ୍ବାର୍ଡ ବ୍ଲକ , ଭିଏଚପି ଦଳ କର୍ତ୍ତୃପକ୍ଷ କିନ୍ତୁ ସେଥିରେ ବିଚଳିତ ନହୋଇ ଯିଏ ଜିତିଲା ଆମର ନୀତିକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାହିଁ ବସିଛନ୍ତି ବୋଲି ଚର୍ଚା ଏବେ ଜୋର ଧରିବା ସହ ନିଜ ନିଜ ଭିତ ରେ ପ୍ରକୃତ ଲଢେଇ ଜାରୀ ରଖିବେ ବୋଲି ଜଣାପଡୁଛି । ସରପଞ୍ଚ,ସମିତିସଭ୍ଯ,ଓ୍ବାର୍ଡ ସଭ୍ଯ ମାନେ ଚିହ୍ନ ପାଇନଥିବା ବେଳେ ଦଳୀୟ ଚିହ୍ନରେ ଲଢ଼ୁଥିବା ଜିଲ୍ଲାପରିଷଦ ପ୍ରାର୍ଥୀ ମାନେ ପୂର୍ବ ରୁ ସେମାନଙ୍କର ଚିହ୍ନ ଜାଣିଥିବାବେଳେ ସାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ , ସରପଞ୍ଚ , ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ସଭ୍ୟ ମାନେ ପ୍ରଚାର ପାଇଁ ଚିହ୍ନକୁ ଚାହିଁ ବସିଛନ୍ତି! ଏଥର ନିର୍ବାଚନ କମିଶନଙ୍କର ନିଦେର୍ଶ ରହିଛି ଯେ ନିର୍ବାଚନରେ ସଭା, ସମାବେଶ ଶୋଭାଯାତ୍ରା ଓ ବାଇକ ରାଲିକୁ ବାରଣ କରାଯାଇଛି । ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ସମାବେଶ ନିଷିଦ୍ଧ କରା ଯିବା ସହ ପ୍ରାର୍ଥୀଙ୍କ ସମେତ ୫ ଜଣ ଘର ଘର ବୁଲି ପ୍ରଚାର କରିବା ଗାଇଡଲାଇନ ମଧ୍ଯ ଜାରୀ କରାଯାଇଥିବା ବେଳେ ଏବେ ଠାରୁ କୋଭିଡ କଟକଣା ଉଲ୍ଲଂଘନ ର ଅନେକ ଚିତ୍ର ଦେଖିବାକୁ ମିଳୁଥିବାବେଳେ ପ୍ରଶାସନ ସବୁ ଦେଖି ଆଖି ବନ୍ଦ କରି ବସି ରହିଛି । Categories: ଓଡ଼ିଶା, କୋରାପୁଟ, ରାଜନୀତି, ହୋମ୍ Related Content Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026